ଚାଇଲ୍ଡଲାଇନ୍ ପକ୍ଷରୁ ଶିଶୁ ସମ୍ପର୍କ ସଚେତନତା ଯାତ୍ରା ଅନୁଷ୍ଠିତ

0
158

ବ୍ରହ୍ମପୁର,୨୧/୦୧/୨୦୨୧: ଶିଶୁ ଅଧିକାର ସୁନିଶ୍ଚିତ କରିବା କ୍ଷେତ୍ରରେ ଓ ଆମ ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା କରିବା ନିମନ୍ତେ ଏକ ପ୍ରୟାସ ରୂପକ ଚାଇଲ୍ଡଲାଇନ୍, ବ୍ରହ୍ମପୁର ଗୋସାଣିନୂଆଗାଁ ଥାନା ଅଧିନସ୍ଥ ଚାଞ୍ଚଡାପଡିଆ ସୋମନାଥ ନଗରରେ ଏକ ଶିଶୁ ସମ୍ପର୍କ ସଚେତନତା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶିଶୁ ମାନଙ୍କ କ୍ଷୁଧା, ଅଭାବ ଓ ତାହାରି ଉପରେ ଶୋଷଣ କୁ ଦୂରୀଭୂତ କରାଗଲେ ଶିଶୁଟି ତାହାର ନିଶ୍ଚିତ ଅଧିକାର ସାବ୍ୟସ୍ତ କରିବ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଶ୍ରେଣୀ, ଭାଷା, ଗୋଷ୍ଠୀ, ଜାତୀୟତା, ସମ୍ପତ୍ତି ଓ ସାମାଜିକ ସ୍ଥିତି ନିର୍ବିଶେଷରେ ସମସ୍ତେ ଶିଶୁର ଚେତନାର ବିକାଶ, ପ୍ରଜ୍ୟୁକ୍ତି ବିଦ୍ୟାର ଉନ୍ନତି, ଯୋଗାଯୋଗ, ବୈଷୟିକ ଜ୍ଞାନର ବିଷ୍ଫୋରଣ, ବାରମ୍ବାର ପ୍ରକୃତିକ ବିପର୍ଯୟକୁ ମୁକାବିଲା କରି ସମସ୍ତ ଶିଶୁଙ୍କୁ ମାନବିକ ଓ ଆଇନଗତ ଦେଶାନ୍ତର ର କାର୍ଯ୍ୟପନ୍ଥୀକୁ ପ୍ରୋତ୍ସାହିତ କରିବା ଆମ ସମସ୍ତଙ୍କର ଦାୟିତ୍ଵ ର ବାର୍ତ୍ତା ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅଧ୍ୟକ୍ଷ, ରାଜ୍ୟ ଗୃହ ଓ ନିର୍ମାଣ ଶ୍ରମିକ ସଂସ୍ଥା ପ୍ରେରଣ କରିଥିଲେ । ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ନିଜ ବାର୍ତ୍ତାରେ ପ୍ରତ୍ୟେକ ଶିଶୁ ଜୀବନର ସମୃଦ୍ଧି, ମର୍ଯ୍ୟାଦା, ସ୍ଵାଭିମାନ ସହ ସମ୍ପୃକ୍ତ ରହିଥାଏ ଏବଂ ସର୍ବନିମ୍ନ ଅଧିକାର ଆବଶ୍ୟକତା କରିବା ସହ ପ୍ରତୀଟି ଶିଶୁର ଜୀବନ କୁ ସରସ, ସୁନ୍ଦର, ସୁଖମୟ, ସ୍ଵାସ୍ଥ୍ୟବାନ ଓ ନିୟନ୍ତ୍ରଣ କରାଯିବ ନିମନ୍ତେ ଶିଶୁ ଅଧିକାର ଏକାନ୍ତ ପ୍ରୟୋଜନ ର ଆବଶ୍ୟକତା ପରିପ୍ରେକ୍ଷୀରେ, ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ ସମିତି ସଦସ୍ୟ ଶ୍ରୀ ହରିହର ପାଢ଼ୀ ଯୋଗ ଦେଇ ସ୍ଥାନୀୟ ବାସିନ୍ଦାଙ୍କ ଏକ୍ଷେତ୍ରରେ ଭାଗିଦାର ଦେଖି ଭୁରି ପ୍ରଶଂସା କରିଥିଲେ। ଶିଶୁ ମାନଙ୍କ ପ୍ରତି ଥିବା ବିଭିନ୍ନ ଯୋଜନା ବିଷୟରେ ଜଣାଇ, ତାହାର ଯେଭଳି ସୁଯୋଗ ପାଇବେ ସେ କ୍ଷେତ୍ରରେ ଅବଗତ କରାଇଥିଲେ ତଥା ବାଲ୍ୟ ବିବାହର ନିରାକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ସଦସ୍ୟ ଶ୍ରୀ ଅମୀୟ କୁମାର ତ୍ରିପାଠୀ ଯୋଗଦେଇ ଆଇ ଏସ ଆର ଡି ର ଏହି ପ୍ରଚେଷ୍ଟା କୁ ସ୍ୱାଗତ କରିଥିଲେ ଓ ଶିଶୁ ମାନଙ୍କ ନିମନ୍ତେ କାର୍ଯ୍ୟରତ ବିଭିନ୍ନ ସଂସ୍ଥା ଗୁଡିକ ବିଷୟରେ ଜ୍ଞାନ ବର୍ଦ୍ଧନ କରିଥିଲେ, ତଥା ଶିଶୁର ଅଧିକାର ଗୁଡିକ କିଭଳି ବ୍ୟାଘାତ ଆସେ ତାହା ଆଲୋଚନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶ୍ରୀ ସୁଦାମ ପାଣିଗ୍ରାହୀ ଯୋଗ ଦେଇ ସମସ୍ତଙ୍କୁ ଶିଶୁ ର ଯତ୍ନ ଓ ସୁରକ୍ଷା ଦେବାର ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଚାଇଲ୍ଡଲାଇନ୍ ନିର୍ଦ୍ଧେଶକ ଶ୍ରୀ ସୁଧୀର ସାବତ ସଭାପତିତ୍ଵ କରି ଶିଶୁକୁ ସମସ୍ତ ପ୍ରକାର ହିଂସା ଓ ବିପଦରୁ ସୁରକ୍ଷା ପ୍ରଦାନ କରିବା ସମସ୍ତ ନାଗରିକଙ୍କ ଦାଇତ୍ଵ ବୋଲି ଆହ୍ଵାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ଦୂର୍ଗା ପ୍ରସାଦ ବ୍ରହ୍ମା, ବ୍ରହ୍ମପୁର ଷ୍ଟେସନ ପରିଚାଳକ, ସମନ୍ଵିତ ଶିଶୁ ବିକାଶ ଯୋଜନା, ବ୍ରହ୍ମପୁର-୨ର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର ଯୋଗ ଦେଇ ଶିଶୁଟିକୁ ତାର ଶୈଶବ ଓ କିଶୋର ସମୟକୁ ଉପଭୋଗ କରି ବଞ୍ଚିବା ପାଇଁ ଆମେ ସୁଯୋଗ ସୃଷ୍ଟି କରିବା ପ୍ରତି ଦ୍ରୁଷ୍ଟି ଆକର୍ଷଣ କରିଥିଲେ ଓ ବାଚ୍ଛଲ୍ୟ ଓ ଅଦ୍ଵିତା ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ଶିଶୁ ସଂଘର ସଦସ୍ୟ ଶଙ୍କର ସେଠୀ ଶିଶୁ ମାନଙ୍କୁ ଶିଶୁର ଚାରୋଟି ଅଧିକାର ବିଷୟରେ ଜଣାଇଥିଲେ । କାର୍ଯ୍ୟକ୍ରମକୁ ବ୍ରହ୍ମପୁରର ରେଲୱେ ଶିଶୁ ସହାୟତା କେନ୍ଦ୍ର ଓ ଜିଲ୍ଲା ଚାଇଲ୍ଡଲାଇନ୍ ର ସଦସ୍ୟ ବୃନ୍ଦ ପରିଚାଳନା କରିଥିଲେ, ଉକ୍ତ ଅଞ୍ଚଳର ପୂର୍ବତନ କୋରପରେଟର ଶ୍ରୀମତୀ ପାର୍ବତୀ ପ୍ରଧାନଙ୍କ ନେତୃତ୍ଵରେ ସହ ସହ ମହିଳା ଯୁବକ ତଥା ସ୍ଥାନୀୟ ଅଙ୍ଗନବାଡି, ଆଶା ଓ ଶିକ୍ଷକ ସଂଶ୍ଳିଷ୍ଟ ହୋଇ ଏହି ସମ୍ପର୍କ ଯାତ୍ରାକୁ ସଫଳ ରୂପାୟନ କରିଥିଲେ । ଶେଷରେ ସମାଜସେବି ଶ୍ରୀ ମୁରଲୀଧର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here