ଯାତ୍ରୀ ଙ୍କ ଠାରୁ ଅତ୍ଯାଧିକ ବସ୍ ଭଡା ଆଦୟ

0
124

ଶେରଗଡ,୨୧/୦୧/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଆଜି ଠାରୁ ରାଜ୍ୟ ସରକାର ସାଧାରଣରେ ବସରେ କିଲୋମିଟର ପିଛା ଏକ ପଇସା ବୃଦ୍ଧି କରିଛନ୍ତି।ଫଳରେ କିଲୋମିଟର ପିଛା ଭଡା ୭୪ ପଇସା ହୋଇଛି ।କିନ୍ତୁ ବସ କଣ୍ଡକ୍ଟର ମାନେ ଯାତ୍ରୀ ଙ୍କ ଠାରୁ ଅତ୍ଯଧିକ ତଥା କିଲୋମିଟର ପିଛା ଏକ ଟଙ୍କା ରୁ ଉର୍ଦ୍ଧ୍ବ ଭଡା ଆଦାୟ କରୁଛନ୍ତି ।ଯାତ୍ରୀ ମାନେ ଏହାର ପ୍ରତିବାଦ କଲେ ବସରୁ ଓହ୍ଲାଇ ଦେବାକୁ ଧମକ ଦେଉଛନ୍ତି ।ବ୍ରହ୍ମପୁର ଠାରୁ ପିତ୍ତଳ ଛକର ଦୂରତା ୩୦କିଲୋମିଟର ହୋଇ ଥିବା ବେଳେ ଯାତ୍ରୀ ଙ୍କ ଠାରୁ ୩୦ ଟଙ୍କା ଆଦାୟ କରାଯାଉଛି।ଠିକ୍ ସେହିପରି ବ୍ରହ୍ମପୁର ଠାରୁ ପିତ୍ତଳ ବଜାର ୩୩ କିଲୋମିଟର ହୋଇ ଥିବା ବେଳେ ବସବାଲାମାନେ ଯାତ୍ରୀ ଙ୍କ ଠାରୁ ଟ୨୪.୫୦ପଇସା ଆଦାୟ କରିବା ପରିବର୍ତ୍ତେ ଜୋର ଜବରଦସ୍ତ ୩୫ ଟଙ୍କା ଆଦାୟ କରୁଛନ୍ତି ।ଫଳରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।ପରିବହନ ବିଭାଗ ପକ୍ଷରୁ ଘଟଣା ର ତଦନ୍ତ କରି ସଂପୃକ୍ତ ବସବାଲା ଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here