ସାଙ୍କୁଡା ଠାରେ ପ୍ରଫୁଲ୍ଲ ତିଆଡି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ୍

0
371

ବ୍ରହ୍ମପୁର, ୨୭/୦୧/୨୦୨୧( ଟୁକୁନା ପ୍ରଧାନ) ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଖେଳ ପଡ଼ିଆରେ ଜିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ତିଆଡିଙ୍କ ସ୍ମୃତିରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ୍ ହୋଇଯାଇଛି । କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ୍ କରିଥିବା ବେଳେ ସାଙ୍କୁଡା ସରପଞ୍ଚ ସନ୍ତୋଷ କୁମାର ସାହୁ, ସମିତି ସଭ୍ୟ କବିରାଜ ନାୟକ, କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ମଲ୍ଲିକ, ଅନିଲ କୁମାର ତିଆଡି, ହରିହର ଗ୍ରାମ୍ୟ କମିଟି ସଭାପତି ଅନୁ ସ୍ୱାଇଁ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ୱାଇଁ, ଅବସର ପ୍ରାପ୍ତ ଶିକ୍ଷକ ରଘୁନାଥ ଦୋରା, ବସନ୍ତ କୁମାର ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଗଦାଧର ପ୍ରଧାନ, ବିଜୟ କୁମାର ଡାକୁଆ, ପ୍ରଫୁଲ୍ଲ କୁମାର ପଲେଇ ସମେତ ଅନ୍ୟମାନେ । ଆଜି ମ୍ଯାଚ ତାଳସର ଓ ଶାଳବଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତାଳସର ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୧୨ ଓଭର ରେ ୭ ଉଇକେଟ୍ ହରାଇ ୧୧୦ ରନ ସଂଗ୍ରହ କରିଥିବା ବେଳେ ଦ୍ଵିତୀୟ ପାଳିରେ ଶାଳବଣ ଟିମ୍ ବ୍ୟାଟିଂ କରି ୭.୫ ଓଭର ରେ ୨ ଉଇକେଟ ହରାଇ ୧୧୩ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ତ୍ରିଲୋଚନ ମହାପାତ୍ର ଓ କିଶୋର ଡାକୁଆ ଅମ୍ପାୟାରିଂ କରିଥିବା ବେଳେ ମନୋଜ ଡାକୁଆ ସ୍କୋରର ଦାୟିତ୍ୱରେ ଥିଲେ ଏବଂ ନିଲୁ ପ୍ରଧାନ ଧାରା ବିବରଣୀ ଦେଇଥିଲେ। ସୂଚନା ଅନୁଯାୟୀ ଟୁର୍ଣ୍ଣାମେଂଣ୍ଟ ରେ ୧୬ ଟି ଟିମ ଅଂଶଗ୍ରହଣ କରିବେ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here