*ହୋମିଓପ୍ୟାଥିକ ସାଇଣ୍ଟିଫିକ ସେମିନାର ଆୟୋଜିତ*

0
342

ବ୍ରହ୍ମପୁର,୨୮/୦୧/୨୦୨୧: ସ୍ଥାନୀୟ ହୋଟେଲ ରାଧା ଠାରେ ହାନିମାନ ଫର୍ମାସିଟିକାଲସ୍ ପ୍ରାଇଭେଟ ଲିମିଟେଡ଼ ନୂଆଦିଲ୍ଲୀ ଆନୁକୂଲ୍ୟରେ ଓଡ଼ିଶାର ୪୦ ଜଣ ହୋମିଓପ୍ୟାଥିକ ଡାକ୍ତରଙ୍କୁ ନେଇ ହୋମିଓପ୍ୟାଥିକ ବିଜ୍ଞାନ, ରୋଗ ଓ ତାର ପ୍ରତିକାର ନେଇ ଆଲୋଚନା କରାଯାଇଥିଲା । ହାନିମାନ ଫର୍ମାସିଟିକାଲସ୍ ପ୍ରାଇଭେଟ ଲିମିଟେଡ଼ର ଜେନେରାଲ ମ୍ୟାନେଜର ଡା. ଅଶୋକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏହି ସେମିନାର ରେ ଓଡ଼ିଶା ସୁପର ଷ୍ଟକିଷ୍ଟ୍ ଗୋ ଗ୍ରୀନ ହୋମିଓପ୍ୟାଥିକ ର ଡା. ମୋନା ଦାଶ, ମୁଖ୍ୟ ବକ୍ତା ଡା. ଇନ୍ଦୁ ଭୂଷଣ ପଟ୍ଟନାୟକ, ଡା. ଗୀତାଞ୍ଜଳି ପଟ୍ଟନାୟକ. ଡା. ବନମାଳୀ ନେପାକ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ହାନିମାନ ଫର୍ମାସିଟିକାଲସ୍ ପ୍ରାଇଭେଟ ଲିମିଟେଡ଼ର ପରିଚାଳକ ଡା. ଶ୍ରୀବତ୍ସ ଦଳେଇ ଉପସ୍ଥିତ ଥିଲେ । ମନୁଷ୍ୟ କୁ ହେଉଥିବା ସାଧାରଣ ରୋଗ ଯଥା ଗତି ଅସୁସ୍ଥତା, ମେନୋପଜୁଆଲ ସିଣ୍ଡ୍ରୋମ ଭଳି ରୋଗକୁ କମ୍ପାନୀ ଦ୍ୱାରା ଉତ୍ପାଦ ହେଉଥିବା ହୋମିଓପ୍ୟାଥିକ ଔଷଧ ମାଧ୍ୟମରେ ଏହାର ପ୍ରତିକାର ପ୍ରଭାବ ବେଶ୍ ଭଲ ଥିବା ଆଲୋକପାତ କରାଯାଇଥିଲା । ଏହା ସହ ଆଜିର ଦିନ ଗୁଡିକରେ ମଧ୍ୟ ହୋମିଓପ୍ୟାଥିକ ର ଚାହିଦା ଲୋକଙ୍କ ଆଦୃତ ରହିଥିବାବେଳେ ତାହା କିଭଳି ଅତି ସରଳ ଓ ସହଜ ଭାବେ ରୋଗୀଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ଆଲୋଚନା ମଧ୍ୟ କରାଯାଇଥିଲା । ଆୟୋଜିତ ଏହି ଆଲୋଚନା ଶିବିରରେ ଓଡ଼ିଶାର ପୁରୀ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ, ଗଜପତି ଭଳି ସ୍ଥାନରୁ ରୁ ବହୁ ବିଶିଷ୍ଟ ଡାକ୍ତର ମାନେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here