୭୨ତମ ସାଧାରଣତନ୍ତ୍ର ଦିବସ,୩୦୬ତମ ଦିବସର କରୋନା ସଚେତନତା,ଗାଁ ପ୍ରତିଭା ଅନ୍ୱେଷଣ,ଜନ୍ମଦିବସ ପାଳନ ସହ ଅନ୍ତର୍ଜାତୀୟ ନ୍ୟୁଜ ଚ୍ୟାନେଲ ଉଦଘାଟନ।

0
307

ଯାଜପୁର,୨୭/୦୧/୨୦୨୧: ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ “ମୋ ଗାଁ, ମୋ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ”ସ୍ଥାନୀୟ ଯାଜପୁର ଜିଲ୍ଲାର ଦଶରଥପୁରବ୍ଲକ ଅନ୍ତର୍ଗତ ଅସନପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ରାଜୀବ ସେବାକେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଅଛି।ପ୍ରାରମ୍ଭିକ ପର୍ଯ୍ୟାୟରେ ଫାଉଣ୍ଡେସନପକ୍ଷରୁ ୨୭ଟି ଦେଶର ପ୍ରତିନିଧିମାନଙ୍କୁନେଇ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ଚ୍ୟାନେଲ “ନ୍ୟୁଜ ଦି ୱାର୍ଲଡ଼ ଷ୍ଟାର ଇଣ୍ଟରନେସ୍ନାଲ”ର ଉଦଘାଟନ ଉତ୍ସବ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ଜାଭିୟର ବିଶ୍ୱବିଦ୍ୟାଳୟର ପୂର୍ବତନ ରିସର୍ଚ୍ଚ ଆସୋସିଏଟ ତଥା ଆଇବ୍ରେନର ପ୍ରତିଷ୍ଠାତା ପ୍ରତାପ ଜେ ଦାସ,ମୁଖ୍ୟବକ୍ତା ଭାବେ ଇପମର ଓ ଆଇ.ଏମ.ଆର.ସିର ନିର୍ଦ୍ଦେଶକ ତଥା ବିଶ୍ୱଭାରତୀ ଫାଉଣ୍ଡେସନ ଫର ସାଇନ୍ସ ଆଣ୍ଡ ଏଡୁକେସନର ଅଧ୍ୟକ୍ଷ ଡ଼ଃ ଜ୍ଞାନାଧିଶ ଦାଶ,ସନ୍ଥ ନିଲୁବାବା,ଅଙ୍ଗାଲୋ ଲକ୍ଷ୍ମଣବାଲାଜୀ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପକ ଭରତ ଚନ୍ଦ୍ର ବେହେରା,ଅସନପୁର ଗ୍ରାମପଞ୍ଚାୟତର ସରପଞ୍ଚ ଦିବାକର ସାମଲ, କଳାକାର ଶଶିକାନ୍ତ ପଣ୍ଡା, ବିଶ୍ୱବାଣୀ ସମ୍ବାଦପତ୍ରର ପ୍ରତିନିଧି ନିହାର ରଂଜନ ସାମଲ,ମଙ୍ଗଳପୁର ଭି.ମାର୍ଟ ସୋ ରୁମର ପ୍ରତିଷ୍ଠାତା ତଥା ଯୁବ ସମାଜସେବୀ ପ୍ରିୟବ୍ରତ ମହାନ୍ତି, ଯୁବସାମ୍ବାଦିକ ସବ୍ୟସାଚୀ ଦାସ,ସମାଜସେବୀ ସଞ୍ଜୟ କୁମାର ନାୟକ,ଗାଁ ପ୍ରତିଭା କାର୍ଯ୍ୟକ୍ରମର ଗ୍ରାମ ସଂଯୋଜକ ଟୁକୁନା ଜେନା ଆଦି ଯୋଗଦାନକରି ସାଂସ୍କୃତିକ ଜାଗରଣ ମାଧ୍ୟମରେ ସମାଜକୁ ସରଳତା ସାବଲୀଳତା ଫେରାଇ ଆଣିବା ସହ ଭାତୃଭାଵ ପ୍ରତିଷ୍ଠା କରିହେବ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ଗତ ମାର୍ଚ୍ଚ ୨୨ତାରିଖରୁ ଆରମ୍ଭ କରାଯାଇଥିବା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ୩୦୬ତମ ଦିବସର ସମୀକ୍ଷା ସହ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ସହ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଚିନ୍ମୟ ଦାଶଙ୍କ ଜନ୍ମ ଦିବସ ପାଳନ ଆଦି କରାଯାଇଥିଲା।”ନ୍ୟୁଜ ଦି ୱାର୍ଲଡ଼ ଷ୍ଟାର ଇଣ୍ଟରନେସ୍ନାଲ”ମାଧ୍ୟମରେ ଗାଁର ପ୍ରତିଭା ମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିହେବାସହ ଦେଶର ହଜାର ହଜାର ଗାଁକୁ ଯୋଡିବାର ଏ ଏକ ନିଆରା ପ୍ରୟାସ ବୋଲି ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହୀର କୁମାର ମତବ୍ୟକ୍ତ କରିଥିଲେ।ଦ୍ବିତୀୟ ପର୍ଯ୍ୟାୟରେ ଦ୍ବିଶତାଧିକ ଗାଁ କଳାକାର ମାନଙ୍କୁ ନେଇ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ କରାଯିବା ସହ ସମସ୍ତ ଗାଁ କଳାକାର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଏଥିରେ ପ୍ରଭାତ ଦାସ,ଧୀରେନ ଜେନା,ବିଶ୍ୱଜିତ ଦାଶ,ରାମଚନ୍ଦ୍ର ବାରିକ,ସଂଗ୍ରାମ କେଶରୀ ଦାସ,ପ୍ରତୀକ ଦାସ ଆଦି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here