ଜିଲ୍ଲା ପରିଷଦ ସଭ୍ୟ ସ୍ଵର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ତିଆଡିଙ୍କ ସ୍ମୃତି ସଭା

0
274

ବ୍ରହ୍ମପୁର, ୨୮/୦୧/୨୦୨୧( ଟୁକୁନା ପ୍ରଧାନ)ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଶାଙ୍କୁଡା ଠାରେ ଜିଲ୍ଲା ପରିଷଦ ଜୋନ୍ ୪୬ ର ସଭ୍ୟ ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ତିଆଡିଙ୍କ ଦ୍ୱାଦଶାହରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଡ଼ିଓ ବେଦବର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କାଶୀନାଥ ବେହେରା, ଶାଙ୍କୁଡା ସରପଞ୍ଚ ସନ୍ତୋଷ କୁମାର ସାହୁ, ସମିତିସଭ୍ୟ କବିରାଜ ନାୟକ,ପୂର୍ଣ୍ଣଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆସି ନିଜର ଶୋକ ବ୍ୟକ୍ତ କରିବା ସହ ସଭାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର, ବିଜେପି ନେତା ଅରୁଣ କୁମାର ପଣ୍ଡା,ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ, ବିଜେଡି ନେତା ହରପ୍ରସାଦ ସାହୁ, ବରିଷ୍ଠ ଆଇନଜୀବୀ ଚକ୍ରପାଣି ସ୍ୱାଇଁ, ବୁଲା ଜେନା, ଧବଳେଶ୍ବର ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଦେବରାଜ ମହାପାତ୍ର,ମହେଶ୍ୱର ବରାଡ଼, ସ୍ନେହଲତା ପଣ୍ଡା, ବିଷ୍ଣୁ ନାୟକ, ବିଜୟ କୁମାର ନାୟକ, ସୁଧୀର ସାବତ, ଭାଗିରଥି ସ୍ୱାଇଁ, ତ୍ରିନାଥ ଭୂୟାଁ,ଅନୁ ସ୍ୱାଇଁ, ସତୀଶ ରଞ୍ଜନ ତାରିଣୀ,ରମେଶ ସ୍ୱାଇଁ,ସୁରେନ୍ଦ୍ର ମହାପାତ୍ର,ସତ୍ୟବାଦୀ ସ୍ୱାଇଁ,ସୁରେନ୍ଦ୍ର ନାଥ ତିଆଡିଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ତାଙ୍କର ସ୍ମୃତିଚାରଣ କରିଥିଲେ। ଶିକ୍ଷକ ନୀଳକଣ୍ଠ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରବୋଧ ଚନ୍ଦ୍ର ମୁଦ୍ରା ବେଦପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here