ନରେନ୍ଦ୍ରପୁର ପଂଚାୟତ ରେ ହାତୀ ଉପଦ୍ରବ

0
111

ଶେରଗଡ, ୩୧/୦୧/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ବ୍ଳକର ନରେନ୍ଦ୍ରପୁର ପଂଚାୟତର ନରେନ୍ଦ୍ରପୁର ଅଂଚଳରେ ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଜନସାଧାରଣ ଭୟଭୀତ ହୋଇ ପଡିଛନ୍ତି ।ଗତକାଲି ରାତିରେ ଏହି ଅଂଚଳରେ ହାତୀପଲ ପସି ଅମଳ ହୋଇରହିଥିବା ଧାନ,କ୍ଷେତରେ ଥିବା ବାଇଗଣ,କଦଳୀ,ବିଲାତି ବାଇଗଣ,ବିନସ ପ୍ରଭୃତି ଅର୍ଥକାରୀ ଫସଲଖାଇ,ଦଳିଚକଟି ନଷ୍ଟ କରିଛନ୍ତି ।ଫଳରେ ଚାଷୀ ମାନେ ଘୋର କ୍ଷତିଗ୍ରସ୍ତ ହେବା ସହ ଭୟଭୀତ ହୋଇପଡିଛନ୍ତି ।ତୁରନ୍ତ ବନବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳକୁ ଆସି ପରିସ୍ଥିତି ଅନୁଧ୍ଯାନ କରିବା ସହ କ୍ଷୟକ୍ଷତି ର ଆକଳନ କରି ଚାଷୀ ଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ସହ ହାତୀପଲ କୁ ବଣ ଭିତରକୁ ଘଉଡାଇବା ବ୍ଯବସ୍ଥା ଗ୍ରହଣ କରିବାକୁ ଜନସାଧାରଣଙ୍କ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here