ନକଲି ସାମଗ୍ରିର ହବ ପାଲଟିଛି ପିତ୍ତଳ ପେଣ୍ଠ।

0
149

ଶେରଗଡ,୩୧/୦୧/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ପିତ୍ତଳ ଏକ ପେଣ୍ଠଗ୍ରାମ ।ଏହା ଉପରେ ପ୍ରାୟ ୨୦ଖଣ୍ଡ ଗ୍ରାମ ର ଜନସାଧରଣ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରି ପାଇଁ ପିତ୍ତଳ ବଜାର ଉପରେ ନିର୍ଭର କରି ଆସୁଛନ୍ତି ।ତେବେ ଏ ବଜାର ବର୍ତ୍ତମାନ ନକଲି ସାମଗ୍ରିର ହବ ପାଲଟିଛି ।ସ୍ଥାନୀୟ ଅସାଧୁ ଓ ମୁନଫାଖୋର ବ୍ଯବସାୟୀମାନେ ଅଧିକ ଲାଭ ଆଶାରେ ବ୍ରହ୍ମପୁର ସହର ରୁ ତଥା ନକଲି ସାମଗ୍ରି ପ୍ରସ୍ତୁତ କରୁଥିବା ଫ୍ୟାକ୍ଟ୍ରି ରୁ ଖାଦ୍ଯ ପାନୀୟ ମସଲା ଓ ନିତ୍ଯ ବ୍ଯବହୃତ ଜିନଷ ଆଣି ଗଛିତ କରି ଜନସାଧାରଣ ବିକ୍ରି କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି।ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପିତ୍ତଳ ବଜାର ବିଭିନ୍ନ ଦୋକାନ ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here