ପାଠକ ବାପା ପୁଅଙ୍କ ନାଁରେ ରୁଜୁ ହେଲା ୩ ମାମଲା, ଆଜି ଵ୍ରହ୍ମପୁର ଏସଡ଼ିଜେଏମ କୋର୍ଟରେ ହାଜର ହୋଇପାରନ୍ତି

0
151

ବ୍ରହ୍ମପୁର, ୦୯/୦୨/୨୦୨୧:ପୁଣି ୩ଟି ମାମଲାରେ ଛନ୍ଦି ହେଲେ ପାଠକ ବାପା, ପୁଅ। ପ୍ରଦୀପ ପାଣିଗ୍ରାହୀଙ୍କ ଭାବି ଜ୍ୱାଇଁ ଆକାଶ ପାଠକ ଓ ତାଙ୍କ ବାପା ଅଭୟ ପାଠକଙ୍କ ନାମରେ ରୁଜୁ ହୋଇଛି ୩ଟି ମାମଲା। ପୂର୍ବରୁ ଗିରଫ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଗୋଳନ୍ଥରା ଥାନାରେ ଠକେଇ ଅଭିଯୋଗରେ ରୁଜୁ ହୋଇଥିବା ୩ଟି ମାମଲା ପୁଣି ଉଭୟ ପାଠକ ବାପା ପୁଅଙ୍କ ନାମରେ ରୁଜୁ କରାଯାଇଛି। ତେବେ ଉକ୍ତ ମାମଲାରେ ଉଭୟ ଆକାଶ ପାଠକ ଓ ଅଭୟ ପାଠକଙ୍କୁ ମଧ୍ୟ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି। ଆଜି ଉଭୟଙ୍କୁ ଵ୍ରହ୍ମପୁର ଏସଡ଼ିଜେଏମ୍ କୋର୍ଟ ରେ ହାଜର କରାଯିବ ବୋଲି ସୂଚନା ରହିଛି। ୩ଦିନିଆ ରିମାଣ୍ଡରେ ଵ୍ରହ୍ମପୁର ଏସଡିଜେଏମ କୋର୍ଟରେ ହଜାର କରାଇବା ନେଇ ଏକ ଏସକର୍ଟ ଟିମ ମଧ୍ୟ ଭୁବନେଶ୍ୱର ଯାଇଥିବା ଜଣାପଡିଛି। ପୁର୍ବରୁ ଉକ୍ତ ୩ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ୩ ଦିନିଆ ରିମାଣ୍ଡ ପାଇଁ ଵ୍ରହ୍ମପୁର ଏସଡିଜେଏମ କୋର୍ଟ ରେ ପୋଲିସ ହାଜର କରାଇବା ସହ ଵ୍ରହ୍ମପୁର ଜେଲକୁ ପଠାଇଥିଲା। ବ୍ରହ୍ମପୁର ଜେଲ୍ ରେ ୩ ଦିନ ରହିବା ପରେ ରବିବାର ବିଧାୟକ ଙ୍କୁ ସ୍ବତନ୍ତ୍ର ଏସକର୍ଟ ମଧ୍ଯ ରେ ଭୂବନେଶ୍ୱର ଝାରପଡା ଜେଲ୍ କୁ ଫେରାଇ ନିଆଯାଇଛି।ଏହା ପୂର୍ବରୁ କୁକୁଡାଖଣ୍ଡି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ରେ ବିଧାୟକ ଙ୍କ କୋଭିଡ ପରିକ୍ଷା କରାଯିବା ପରେ ଭୂବନେଶ୍ୱର ଅଭିମୁଖେ ନିଆଯାଇଥିଲା। ଗତ ଶୁକ୍ରବାର ଦିନ ବ୍ରହ୍ମପୁର ଏସଡିଜେଏମ କୋର୍ଟ ଏକ ପିଟିସନ୍ ର ଶୁଣାଣି କରି ନିର୍ଦ୍ଦେଶ ଦେବା ପରେ ବିଧାୟକ ଙ୍କୁ ରବିବାର ଝାରପଡା ଜେଲ୍ କୁ ଫେରାଇ ନିଆଯାଇଛି। ତେବେ ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗରେ ଉଭୟ ପାଠକ ବାପା ପୁଅଙ୍କୁ ପୋଲିସ ରିମାଣ୍ଡରେ ଆଣିବା ନେଇ ସୂଚନା ରହିଥିବା ବେଳେ ଘଟଣାର ଉଭୟଙ୍କୁ ଅଧିକ ଜେରା କରାଯିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here