ପ୍ରତି ପଞ୍ଚାୟତରେ ବିଜୁ ପଞ୍ଚାୟତ ପାଠାଗାର ସ୍ଥାପିତ ହେବ – ଜିଲ୍ଲାପାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ

0
167

ଛତ୍ରପୁର,୦୯/୦୨/୨୦୨୧ : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ମଙ୍ଗଳବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବ୍ଲକ୍ ରେ ୧୦୦ ଦିନିଆ ଶ୍ରମ ଦିବସ, ଉଦ୍ୟାନ କୃଷି, ଛତୁ ଚାଷ, ଜୀବନ ଓ ଜୀବୀକାର ସଶକ୍ତି କରଣ ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ପରିବେଶ ପରିଷ୍କାର ଓ ପରିଚ୍ଚନ୍ନତା ଉପରେ ଗୁରୁତ୍ବ ଦେଇ ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ ଯେପରି ରହିବ ସେଥିପ୍ରତି ସମସ୍ତ ବିଡିଓ ମାନେ ନଜର ରଖିବେ । ଜିଲ୍ଲାର ସମସ୍ତେ ଯେପରି ବିଶୁଦ୍ଧ ପାନୀୟ ଜଳ ପାଇପାରିବେ, ଶତପ୍ରତିଶତ ପାଇଖାନା ବ୍ୟବହାର କରିବେ, ଜନ ଗହଳିପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ଗୁଡିକ ଯେପରି ସଫାସୁତୁରା ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ସମସ୍ତ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ବ୍ଲକ୍ ରେ ଫେବୃୟାରୀ ମାସ ସୁଦ୍ଧା ଦୁଇଶହଟି ଲେଖାଏଁ ପକ୍ଷୀ ପାଳନ କେନ୍ଦ୍ର, ଗାଈ ଗୁହାଳ, ଛତୁଚାଷ, ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ସହ ଜନସଚେତନତା ଲାଗି ବିଡିଓ ମାନେ ନିଜନିଜ ବ୍ଲକ୍ ରେ ସଂଧ୍ୟାବେଳେ ରୋଜଗାର ମେଳା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବିଜୁ ପଞ୍ଚାୟତ ପାଠାଗାର ସ୍ଥାପନ, ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ର ଗଠନ ପାଇଁ ପରାମର୍ଶ ଦେଇଥିଲେ । ଖାଦ୍ୟ ପ୍ରକ୍ରିୟା କରଣ, ଜୀବନ ଓ ଜୀବୀକା ଉପରେ ଗୁରୁତ୍ବ ଦେବା ସହ ମିଶନ୍ ଶକ୍ତି ଗୃହ ଗୁଡିକର ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ସମୁଦାୟ ୩୫୯ ଟି ମିଶନ୍ ଶକ୍ତି ଗୃହ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୨୮ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି । ଅବଶିଷ୍ଟ ନିର୍ମାଣକାର୍ଯ୍ୟ ତୁରନ୍ତ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ପ୍ରତି ବ୍ଲକ୍ ରେ କାର୍ଯ୍ୟକାରୀ କରାଯାଉଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା, ରାସ୍ତା ନିର୍ମାଣ, ପୁଷ୍କରିଣୀ ଖନନ, ମୋ ଉପକାରୀ ବଗିଚା ନିର୍ମାଣ, କୁକୁଡା ବତକ ଆଦି ପକ୍ଷୀପାଳନ କେନ୍ଦ୍ର, ମିଶନ୍ ଶକ୍ତି ଗୃହ ନିର୍ମାଣ, ଜୀବନ ଓ ଜୀବୀକା, ଗୁହାଳ ନିର୍ମାଣ, ପାଠାଗାର ନିର୍ମାଣ ଆଦି ଉନ୍ନୟନ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ, ଆର୍.ଡବ୍ଳୁ.ଏସ୍.ଏସ୍., ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ, କୃଷି ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଗଣ, ବ୍ଳକ୍ ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିଡିପିଓ ଏବଂ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here