ରାଜ୍ୟ ବିଜେପି ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0
287

ବ୍ରହ୍ମପୁର, ୦୯/୦୨/୨୦୨୧(ବ୍ୟୁରୋ ରିପୋର୍ଟ) କୋରାପୁଟ ଜିଲ୍ଲା କୋଟିଆ ଗସ୍ତ ସମୟରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ, ନବରଙ୍ଗପୁରର ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ , ରାଜ୍ୟ ସମ୍ପାଦକ ଶ୍ରୀ କାଳନ୍ଦୀ ସାମଲ , ରାଜ୍ୟ ମୁଖପାତ୍ର ଶ୍ରୀ ବୀରଞ୍ଚି ତ୍ରିପାଠୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଦଳ ର ବରିଷ୍ଠ ନେତା ମାନେ ଷ୍ଟେସନ ରୋଡ ସ୍ଥିତ ଗଞ୍ଜାମ ବିଜେପି କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଲେ | ଏହି ପରିପ୍ରେକ୍ଷୀ ରେ ଗଞ୍ଜାମ ଜିଲ୍ଲା ରେ ପାତ୍ରପୁର ବ୍ଲକର କିଛି ଅଂଶ ଆନ୍ଧ୍ର ପ୍ରଦେଶ ଅଧୀନ କୁ ଚାଲିଯିବା କଥା ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନିଜ ଗଞ୍ଜାମ ଜିଲ୍ଲା ରେ ଧାନ ମଣ୍ଡି ର ଅବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କରିଥିଲେ ରାଜ୍ୟ ବିଜେପି ସଭାପତି |ଏହି ଅବସରରେ ଗଞ୍ଜାମ ଜିଲ୍ଲା ବିଜେପିର ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି,ଶ୍ରୀ କୁଞ୍ଜ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଏନ ରାଜେନ୍ଦ୍ର କୁମାର,ଗଙ୍ଗାଧର ଶତପଥୀ, ପ୍ରଭାତ ଷଡଙ୍ଗୀ,ନିରଞ୍ଜନ ପାଣିଗ୍ରାହୀ,ମନୋଜ ପଟ୍ଟନାୟକ,ରାମ କୁମାର ପାତ୍ର,ସୁଶୀଲ ମଲ୍ଲିକ , ବାଳକୃଷ୍ଣ ସାମନ୍ତରା, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେଓ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଏଲ ମୋହନ ଦାସ , ଏସ. ରାଣୀ,ପ୍ରଶାନ୍ତ କର,ମହନ୍ତ ଚିନ୍ମୟନନ୍ଦନ ମହାରାଜ, ମୋଦନ ମୋହନ ପାତ୍ର, ଡା. ସୁବାଷ ସାହୁ , ରାଜୀବ କୁମାର ମିଶ୍ର, ଶିବ ପ୍ରସାଦ ପାତ୍ର ,କିରଣ କୁମାର ସାହୁ , କମଳ ପାତ୍ର ,ମଧୁସୂଦନ ସାହୁଙ୍କ ସମେତ ବହୁ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାରେ ଦଳୀୟ ସଂଗଠନ ନେଇ ଆଲୋଚନା ମଧ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here