ଖଲ୍ଲିକୋଟ କଲେଜର ୬ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

0
135

ବ୍ରହ୍ମପୁର,୧୦/୦୨/୨୦୨୧(ବ୍ୟୁରୋ ରିପୋର୍ଟ)ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଗଣେଶ ହୋଲ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଏହି ଅବସରରେ କଲେଜର ୬ ଜଣ ଲେବ ଆଟେଣ୍ଡାଣ୍ଟ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସଭାରେ କଲେଜ ଅଧକ୍ଷା ଉତ୍ତମା ଜେନା, ଉପାଧ୍ୟକ୍ଷ ଡ଼.ସିଦ୍ଧାର୍ଥ ପାଢ଼ୀ, ଡ଼.ସତ୍ୟ ନାରାୟଣ କୁଣ୍ଡୁ, ଡ଼.ଦୀପକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଦାୟ କାଳୀନ ସଭାରେ ଲେବ ଆଟେଣ୍ଡାଣ୍ଟ ବିପ୍ର ପାତ୍ର, ଭଗବାନ ବେହେରା, ବିନୋଦ ଦଳେଇ, ଜୟରାମ ରାଓ, ଦେବହରି ସେଠୀ, ଗଣପତି ନାୟକଙ୍କ ଦୀର୍ଘ ବର୍ଷର କାର୍ଯ୍ୟ ଦକ୍ଷତା ନେଇ ପ୍ରଶଂସା କରାଯିବା ସହ ଉପଢୌକନ ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ନନ ଟିଚିଙ୍ଗ ଆସୋସିଏସନର ସଭାପତି ଶିଶିର ପ୍ରହରାଜ, ଉପ ସଭାପତି ଶୁକୃ ସେଠୀ, ସମ୍ପାଦକ ଲିଙ୍ଗରାଜ ବେହେରା, କୋଷାଧ୍ୟକ୍ଷ ଚନ୍ଦ୍ରମଣି ଦୋରା ପ୍ରମୁଖ ଉପସ୍ଥିତ ଥିବା ବେଳେ ସନ୍ତୋଷ କୁମାର ବେହେରା ସଭା ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here