ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ମଂଚସ୍ଥ ହେଲା ଓଡ଼ିଆ ନାଟକ ଶାପିତ ପୁତ୍ର

0
133

ବ୍ରହ୍ମପୁର,୧୦/୦୨/୨୦୨୧:ବିହାରର ବରିଆରପୁର ଠାରେ ଚାଲିଥିବା ସର୍ବଭାରତୀୟ ନାଟକ ପ୍ରତିଯୋଗିତା ୨୧ ତମ ଅଙ୍ଗ ନାଟ୍ୟ ଯଜ୍ଞ ରେ ସୋମବାର ମଂଚସ୍ଥ ହୋଇଛି ଓଡ଼ିଆ ନାଟକ ‘ଶାପିତ ପୁତ୍ର”। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ାଗଡ଼ ଆଶିଷ ଅଂଶୁମାନ ସୌଖିନ କଳାକାର ସଙ୍ଘ ତରଫରୁ ରାଜଗୋପାଳ ପାଢ଼ୀ ଙ୍କ ଲିଖିତ ଓ ନିର୍ଦ୍ଦେଶିତ ଓଡ଼ିଆ ନାଟକ ‘ଶାପିତ ପୁତ୍ର’ ସଫଳତାର ସହ ମଂଚସ୍ଥ ହୋଇ ଉପସ୍ଥିତ ଶତାଧିକ ଦର୍ଶନକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଛି । ନାଟକ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ମଂଚସ୍ଥ ଏହି ନାଟକରେ ରାମଶଙ୍କର ପଟ୍ଟନାୟକ, ନିଲାଞ୍ଚଳ ପାତ୍ର, ଭଗବାନ ମଲ୍ଲିକ,ସୁଧାକର ମହାରଣା,ସୁଶାନ୍ତ ପାଣିଗ୍ରାହୀ,ସାଗରିକା ଭୋଇଙ୍କ ସହ ନିର୍ଦ୍ଦେଶକ ଶ୍ରୀ ପାଢ଼ୀ ମଧ୍ୟ ରଙ୍ଗ ବୋଳି ଅଭିନୟ କରିଥିଲେ । ଆସନ୍ତା ମଙ୍ଗଳବାର ଏହି ନାଟକ ପ୍ରତିଯୋଗିତା ଶେଷ ହେଉଥିବା ବେଳେ ଆଶିଷ ଅଂଶୁମାନ ନାଟ୍ୟଦଳ ୧୧ ତାରିଖ ଦିନ ଗଞ୍ଜାମ ଫେରିବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here