ଆସନ୍ତା ୧୫ରେ ଓଡ଼ିଶା ବନ୍ଦ ଡାକରା, ବିଭିନ୍ନ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

0
151

ଭୁବନେଶ୍ବର ,୧୦/୦୨/୨୦୨୧ : ବହୁ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଶକ୍ତି ପ୍ରଦର୍ଶନ କରିବ । ଏଥିଲାଗି ଅଣ୍ଟା ଭିଡିଛି କଂଗ୍ରେସ । ଆସନ୍ତା ୧୫ତାରିଖରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତୈଳ ଦର ବୃଦ୍ଧି, ଆଇନଶୃଙ୍ଖଳା ଓ କୋଟିଆ ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ ।ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ରେ କହିଛନ୍ତି ଯେ, ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ୍ର ଦର ବଢିଚାଲିଛି। ଏହାସହ ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଚାଷୀଙ୍କ ସମସ୍ୟା ଦେଖାଦେଇଛି । ଏପରିକି ରାଜନୈତିକ ହିଂସାକାଣ୍ଡ ମଧ୍ୟ ରାଜ୍ୟରେ ବଢିଚାଲିଛି । କେନ୍ଦ୍ରରେ ଉପା ସରକାର ଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରୁ ୧୩୦ ଡଲାର ଥିବା ବେଳେ ଜନସାଧାରଣ ୮୦ ଟଙ୍କାରୁ କମ୍ ମୂଲ୍ୟରେ ପେଟ୍ରୋଲ, ଡିଜେଲ କିଣୁଥିଲେ । ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୬୦ ଡଲାରରୁ କମ୍ ରହିଛି । କିନ୍ତୁ ଓଡ଼ିଶାରେ ପେଟ୍ରୋଲ ଦର ୯୦ ଟଙ୍କା ହୋଇଥିବା ବେଳେ ଡିଜେଲ ୮୭ ଟଙ୍କାରେ ପହଞ୍ଚିଛି । ଏଥିଯୋଗୁ ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ ହେଲାଣି ।ଓଡ଼ିଶାରେ ତୈଳ ଦର ୧୦ ଟଙ୍କା କମାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଥିଲା । ତଥାପି ରାଜ୍ୟ ସରକାର କିଛି ନିଷ୍ପତ୍ତି ନେଲେନି । ଅନ୍ୟପଟେ କେନ୍ଦ୍ର ସରକାର ତୈଳ ଦର ଓ ଗ୍ୟାସ ସିଲିଣ୍ଡର ଦର ବଢ଼ାଇ ଚାଲିଛନ୍ତି । ଯାହାକି ଲୋକଙ୍କ ଉପରେ ଆର୍ଥିକ ବଢି ଚାଲିଛି । ସେହିପରି ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଓଡ଼ିଶାର କୋଟିଆରେ ଆନ୍ଧ୍ର ନିର୍ବାଚନ କରିବାକୁ ଯାଉଛି । ଶୀଘ୍ର ପଦକ୍ଷେପ ନିଆନଗଲେ, ଓଡ଼ିଶାର ୨୧ଟି ଗାଁକୁ ଆନ୍ଧ୍ର କବ୍ଜା କରିନେବ । ରାଜ୍ୟ ସରକାର ଠିକଣା ପଦକ୍ଷେପ ନେଇନଥିବାରୁ ଛତିଶଗଡ଼ ସରକାର ବ୍ୟାରେଜ୍ ନିର୍ମାଣ କରି ମହାନଦୀ ପାଣି ଅଟକାଇଛନ୍ତି ।ଏହାସହ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଲାଣି । ଶିଶୁ ଅପହରଣ, ନାରୀ ନିର୍ଯାତନା, ବେକାରୀ ସମସ୍ୟା, ରାଜନୈତିକ ହିଂସା ବଢ଼ି ଚାଲିଛି । ମାହାଙ୍ଗାରେ ରାଜନୈତିକ ହିଂସାକାଣ୍ଡ ସଭିଙ୍କୁ ସ୍ତବ୍ଧ କରିଛି । ହେଲେ ଏଯାବତ୍ ଅଭିଯୁକ୍ତମାନଙ୍କୁ ଧରାଗଲାନି । ଏସବୁ ପ୍ରସଙ୍ଗ ପ୍ରତିବାଦରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ । ଆସନ୍ତା ୧୫ରେ ରାଜ୍ୟବ୍ୟାପୀ ବନ୍ଦ ପାଳନକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ନିରଞ୍ଜନ । ତେବେ ଏହି ବନ୍ଦ ପାଳନବେଳେ ସମସ୍ତ ଆବଶ୍ୟକୀୟ ଜରୁରୀ ସେବା ଯଥା ଆମ୍ବୁଲାନ୍ସ, କ୍ଷୀର ଗାଡ଼ି ବିନା ବାଧାରେ ଚାଲିବ । ପରୀକ୍ଷାର୍ଥୀମାନଙ୍କୁ କୌଣସି ଜାଗାରେ ଅଟକାଯିବ ନାହିଁ । ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କୌଣସି ସ୍ଥାନରେ ବାଧା ଦିଆଯିବ ନାହିଁ ।

LEAVE A REPLY

Please enter your comment!
Please enter your name here