ସ୍ଵେଚ୍ଛାସେବୀ ଅନୁଷ୍ଠାନ ବ୍ଳଡ଼୍ ଆର୍ମି ଗଞ୍ଜାମ ଏବଂ ବିପଦ ର ବନ୍ଧୁ ପକ୍ଷରୁ ବ୍ରହ୍ମପୁର ର ବିଭିନ୍ନ ସ୍ଥାନରେ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ ତୃତୀୟ ଦିବସରେ

0
113

ବ୍ରହ୍ମପୁର,୧୦/୦୨/୨୦୨୧-: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ଛକ, ସାହି ଗଳି ଆଦି ବିଭିନ୍ନ ସ୍ଥାନରେ ଅସହାୟ ବ୍ୟକ୍ତିବିଶେଷ ମାନଙ୍କୁ ରାତ୍ର ସମୟରେ ଖାଦ୍ୟ ବଣ୍ଟନ କରାଯାଇଛି ।ଦୀର୍ଘ ତିନି ଦିନ ଧରି ବିଭିନ୍ନ ସ୍ଥାନରେ ଶୀତ ବସ୍ତ୍ର ଓ ଖାଦ୍ୟ ବଣ୍ଟନ ଚାଲୁରହିଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଶିବରାମ ପାତ୍ର ସୂଚନା ଦେଇଛନ୍ତି । ଏଥିରେ ସ୍ଵେଚ୍ଛାସେବୀ ପି. କୃଷ୍ଣ, କେଶବ, ବାଦଲ, ଶିବାନନ୍ଦ ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ଖାଦ୍ୟ ବଣ୍ଟନ ରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here