“ହାୟରେ ମଣିଷ” ନାଟକ ପୁସ୍ତକ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଟିତ

0
240

ବ୍ରହ୍ମପୁର,୧୦/୦୨/୨୦୨୧(ବ୍ୟୁରୋ ରିପୋର୍ଟ)ଆଜି ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ସିଦ୍ଧ ବିନାୟକ ମନ୍ଦିର ପରିସରରେ ଜଗାବଳିଆ କଲ୍ଚରାଲ୍ ଏକାଡେମୀ, ବ୍ରହ୍ମପୁର୍ ପ୍ରଯୋଜିତ “ହାୟରେ ମଣିଷ” ଶୀର୍ଷକ ଏକ ନାଟକ ପୁସ୍ତକ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଏଥିରେ ଗିରିଜା ଶଙ୍କର ଦାଶ,ଇଂ.ମନୋଜ ଦଣ୍ଡ ପାଟ, ମଧୁ ସୁଦନ ମିଶ୍ର, ଅମିତ୍, ରାଧା କାନ୍ତ ନାୟକ, ରବିନ୍ଦ୍ର କୁମାର ନାୟକ, ଉଷା ଭିଜନ୍ ପରିଚାଳକ ନିର୍ଦ୍ଦେଶକ ସନ୍ୟାସୀ ମହାରଣା, ସାମ୍ବାଦିକ ଓ କଳାକାର ସୁଦୀପ ସାହୁ, ନୀଳମାଧବ, ତ୍ରିନାଥ କୁମାର କୁନି ନୃତ୍ୟ ଶୀଳ୍ପି ତୁଲିଫ୍ ରେଡି ପ୍ରମୂଖ ଅନେକ କଳାକାର ଯୋଗ ଦେଇ ଥିଲେ l କାର୍ଯ୍ୟକ୍ରମ କୁ ବିଶ୍ଵନାଥ ମହାପାତ୍ର ସଂଯୋଜନା କରିଥିଲେ l ନାଟକକୁ ନାଟ୍ୟକାର କୃଷ୍ଣ ପଣ୍ଡା ରଚନା ଓ ନିର୍ଦ୍ଦେଶନା ଦେଉଥିବା ବେଳେ ସଙ୍ଗୀତ ରେ ମାଷ୍ଟର ମାଧବ ଭାଇଙ୍କ ଯୋଗଦାନ ନାଟକ କୁ ସର୍ବାଙ୍ଗ ସୁନ୍ଦର କରିବ ବୋଲି ଆଶା କରାଯାଏ l ଏହା ଚଳିତ ମାସ ରେ ଠାରେ ପରିବେଷଣ କରାଯିବ ବୋଲି ସ୍ଥିର କରାଯାଇଛି l

LEAVE A REPLY

Please enter your comment!
Please enter your name here