ସାମ୍ବାଦିକତା ଓ ଗଣଯୋଗାଯୋଗ ପ୍ରଥମ ବର୍ଷ ଶିକ୍ଷା ଦାନ ଆରମ୍ଭ

0
142

 

ବ୍ରହ୍ମପୁର, ୧୦/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ ର ପ୍ରଥମ ବର୍ଷ ଶିକ୍ଷା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଏହି ଶ୍ରେଣୀ ରେ ସର୍ବାଧିକ ୫୦ ଜଣ ଛାତ୍ରଛାତ୍ରୀ ଆଡମିଶନ ନେଇଥିବା ବେଳେ ଆଜିଠାରୁ କ୍ଲାସ ଆରମ୍ଭ ହୋଇଛି। ଏହି ଅବସରରେ ବିଭାଗୀୟ ସଂଯୋଜକ ତଥା ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଡକ୍ଟର ଶଙ୍କର୍ଷଣ ମଲ୍ଲିକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମ ମହନୀୟତା ସଂପର୍କ ରେ ସୁଚନା ଦେଇଥିଲେ। ଏହି ଅବସରରେ ସ୍ବଂୟ ପ୍ରକାଶ ବେଦାନ୍ତ ଏବଂ କମୋଲିକା ଘୋଷ ପ୍ରମୂଖ ଦୁଇଜଣ ଅତିଥି ଅଧ୍ୟାପକ ଛାତ୍ରଛାତ୍ରୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ଶିକ୍ଷା ଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର, ବାବୁ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସାମ୍ବାଦିକତା, ଲୋକସଂପର୍କ, ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଆଦି ସଂପର୍କ ରେ ସମ୍ୟକ ସୁଚନା ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here