ମାତୃଗିରି ପରିସରରେ କୃତୀ ଛାତ୍ରୀ ଶ୍ରୀୟାଙ୍କୁ ସମ୍ବର୍ଦ୍ଧନା

0
224

ବୁଗୁଡା: ୧୦/୦୨/୨୦୨୧: ବାଲିପଦର ମାତୃଗିରି ଠାରେ ଅବସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଭିଭାବକ ବୈଠକ ସଭାପତି ନାରାୟଣ ସାମନ୍ତରାଙ୍କ ପୌରହିତ୍ୟରେ ଅନୁଷ୍ଟିତ ହୋଇଯାଇଛି । ଚନ୍ଦ୍ରମା ଅପା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ରତ୍ନାକର ମହାରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶିକ୍ଷାକେନ୍ଦ୍ରର କର୍ମକର୍ତ୍ତା ନୀଳମାଧବ ଦାସ, ଇ.ଚନ୍ଦ୍ରମା ଦୋରା ଅତିଥିଭାବେ ଯୋଗଦେଇ ଅଭିଭାବକମାନଙ୍କୁ ଶିଶୁମାନଙ୍କ ଉପଯୁକ୍ତ ଯତ୍ନ ତଥା ସେମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ଦିଗରେ ମତ ପ୍ରକାଶ କରିଥିଲେ । କୌଣସି ଶିଶୁ ଶୂନ ନୁହେଁ, ସମସ୍ତଙ୍କ ମଧ୍ୟରେ ଅସୀମ ସମ୍ଭାବନା ରହିଥିବା ଆଲୋଚନାରେ ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଶିକ୍ଷାକେନ୍ଦ୍ରର ୨୦୧୯-୨୦ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାର କୃତୀଛାତ୍ରୀ ସ୍ମୃତି ଶ୍ରୀୟା ନାୟକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାକେନ୍ଦ୍ରର କର୍ମକର୍ତ୍ତା, ଅପା,ଭାଇ ସମେତ ଉପସ୍ଥିତ ଅଭିଭାବକବୃନ୍ଦ କୃତୀଛାତ୍ରୀ ଶ୍ରିୟାଙ୍କୁ ପ୍ରଶଂସା ସହ ଆଶୀର୍ବାଦ ଓ ଶୁଭେଚ୍ଛା ପ୍ରଦାନ କରାଯାଇଛିକରିଥିଲେ । ନୟନୀ ମହାରଣା, ଏସ୍.ସୁନାଲୀ ରେଡ୍ଡି ଓ ରାଧାରାଣୀ ପୁଜାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଭିଭାବକ ପ୍ରତିନିଧି ଡି.ସନ୍ତୋଷ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here