ସାମ୍ବାଦିକଙ୍କ ହୃଦଘାତରେ ପରଲୋକ

0
173

ବ୍ରହ୍ମପୁର,୧୧/୦୨/୨୦୨୧ : ଗଂଜାମ ଜିଲ୍ଲା କୋଦଳା ଏନ୍ଏସି ଅନ୍ତର୍ଗତ ପାଣ୍ଡି ସାହି ବାସିନ୍ଦା ତଥା ଓଡିଶା ଏକ୍ସପ୍ରେସ ଖବରକାଗଜ ର କୋଦଳା ପ୍ରତିନିଧି ଦିବାକର ପାଣ୍ଡି (ବାବୁଲା, ୪୮) ଙ୍କ ଆଜି ରାତ୍ର ପ୍ରାୟ ୩ ଘଣ୍ଟା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ରାତିରେ ତାଙ୍କର ଛାତି ରେ ଯନ୍ତ୍ରଣା ଅନୁଭବ ହେବାରୁ ପ୍ରଥମେ ତାଙ୍କୁ କୋଦଳା ମେଡିକାଲ୍ କୁ ନିଆଯାଇଥିଲା ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲ କୁ ନେବା ବାଟରେ ଭୂତ ସରସିଂ ନିକଟରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ମିଳିଛି । ସେ ଖଲ୍ଲିକୋଟ ରାଣୀ ମା ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ଜଣେ ଦୃଢ ସମର୍ଥକ ଭାବେ ଜଣାଶୁଣା ଥିଲେ । ତାଙ୍କର ଚାରି ଝିଅ ଗୋଟେ ପୁଅ ଅଛନ୍ତି । ଶେଷକୃତ୍ୟ କୋଦଳା ଠାରେ ହୋଇଥିଲା । ତାଙ୍କର ଶେଷ ଦର୍ଶନ ନିମେନ୍ତ ବିଜେଡି ନେତା ସୀତାରାମ ପାଣିଗ୍ରାହୀ, ଭଗବାନ ସ୍ଵାଇଁ, ବିଜୟ କୁମାର ଦୋରା, ସଂଜୀବ କୁମାର ସାହୁ, ଗୋପାଳ କୃଷ୍ଣ ସାହୁ, ଗୃହରକ୍ଷୀ ରଜନୀକାନ୍ତ ସେଠୀ, ବିଜେପି ନେତା ରଞ୍ଜନ କୁମାର ପଲେଇ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here