“କାଳିଆ’ ଯୋଜନାର ତୃତୀୟ କିସ୍ତି ରେ ଅର୍ଥ ପ୍ରଦାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ

0
159

ଭୂବନେଶ୍ୱର,୧୨/୦୨/୨୦୨୨୧(ବ୍ୟୁରୋ ରିପୋର୍ଟ) “କାଳିଆ’ ଯୋଜନାର ତୃତୀୟ କିସ୍ତି ରେ ଅର୍ଥ ପ୍ରଦାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଜି ଶୁଭାରମ୍ଭ ହୋଇଯାଇଛି।ଓଡିଶା ର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ୧୨୦୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ। ଚାଷୀ ଙ୍କ ବ୍ୟାଙ୍କ ଖାତା କୁ ଏହି ଅର୍ଥ ସିଧାସଳଖ ଦିଆଯିବ। ଏଥି ରେ ୫୩ ଲକ୍ଷ ରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାର ଲାଭବାନ ହେବେ ବୋଲି ଜଣାଯାଇଛି। ସୁଚନାଯୋଗ୍ୟଯେ, ରାଜ୍ୟ ର ୫୩ ଲକ୍ଷ ରୁ ଉର୍ଦ୍ଧ୍ବ ଚାଷୀ ରହିଛନ୍ତି। ସେମାନଙ୍କ ମଧ୍ଯ ରୁ କେତେକ ଚାଷୀ ଅଯୋଗ୍ୟ ନେଇ ଅଭିଯୋଗ ହେବା ପରେ ଯାଞ୍ଚ ହୋଇଥିଲା। ଏହି ଯାଞ୍ଚ ରେ ପ୍ରାୟ ୪୯ ହଜାର ଚାଷୀ ବାଦ ପଡିଛନ୍ତି।ପୂର୍ବରୁ ୨୦୧୮ ମସିହା ଡିସେମ୍ବର ମାସରେ କାଳିଆ ଯୋଜନା ଆରମ୍ଭ ସମୟରେ ପ୍ରଥମ କିସ୍ତିରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ୫ ହଜାର ଲେଖାଏଁ ଦିଆଯାଇଥିଲା । ଦ୍ୱିତୀୟ କିସ୍ତିରେ ୩୨ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୬ ଲକ୍ଷରୁ ଅଧିକ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଲେଖାଏଁ ପଠାଯାଇଥିଲା ।

LEAVE A REPLY

Please enter your comment!
Please enter your name here