ପାଇକ ଜଗନ୍ନାଥପୁର ସରପଞ୍ଚ ଉପନିର୍ବାଚନରେ ବାଜି ମାରିଲେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଶ୍ରୀମତୀ ମମତା ତ୍ରିପାଠୀ ।

0
283

ବ୍ରହ୍ମପୁର,୧୨/୦୨/୨୦୨୧:

ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସଦର ବ୍ଲକ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ ପାଇଁ ଗତକାଲି ଭୋଟ ଗ୍ରହଣ ହୋଇଥିବା ବେଳେ ଆଜି ବିଭାଗୀୟ ପ୍ରସ୍ତୁତି ସହ ଭୋଟଗଣତି ହୋଇଅଛି । ତ୍ରୀମୂଖି ପ୍ରତିଦ୍ବନ୍ଦିତା ଏବଂ ଅଞ୍ଚଳର ତିନି ଦଳର ମୁଖିଆଙ୍କ ପାତିଆରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଏହି ସରପଞ୍ଚ ଉପନିର୍ବାଚନରେ କଂଗ୍ରେସ ସମର୍ଥିତ ମାଛ ଚିହ୍ନ ପ୍ରାର୍ଥୀନୀ ଶ୍ରୀମତୀ ମମତା ତ୍ରିପାଠୀ ନିକ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ସମର୍ଥିତ ଖୋଲାବହି ପ୍ରାର୍ଥୀନୀ ଶ୍ରୀମତୀ ଏନ୍,ପୁଷ୍ପା ରେଡ୍ଡିଙ୍କ ଠାରୁ ୩୯ ଖଣ୍ଡ ଅଧିକ ଭୋଟପାଇ ବିଜୟୀ ଘୋଷିତ ହୋଇଛନ୍ତି । କଡା ସୁରକ୍ଷା ସହିତ ଷ୍ଟ୍ରଙ୍ଗ ରୁମରୁ ବାଲଟ ବକ୍ସ ଗୁଡ଼ିକୁ ସମିତି କାର୍ଯ୍ୟଳୟ ଉନ୍ନୟନ ବିଭାଗ ପରିସରରେ ଚାରି ଟେବୁଲ୍ ଏବଂ ପାଞ୍ଚ ଦଫାରେ ୧୮ ଵୁଥର ଗଣତି ପରେ ଶ୍ରୀମତୀ ମମତା ତ୍ରିପାଠୀ ( ମାଛ ଚିହ୍ନ ) ୧୬୯୮ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରାର୍ଥୀନୀ ଏନ୍,ପୁଷ୍ପା ରେଡ୍ଡୀ ( ଖୋଲାବହି ) ମୋଟ ୧୬୫୯ ଖଣ୍ଡ ଭୋଟ ପାଇଛନ୍ତି ।ଅନ୍ୟପକ୍ଷରେ ବିଜେପି ସମର୍ଥିତ ପ୍ରାର୍ଥୀ ଶ୍ରୀମତୀ ସଂତୋଷୀ ପ୍ରଧାନ ( ସୂର୍ଯ୍ୟ ଚିହ୍ନ )ଙ୍କୁ ମୋଟ ୫୭୭ ଭୋଟ ମିଳିଥିବା ବେଳେ ୧୫୮ ଭୋଟ ନାକଚ ହୋଇଥିବା ବିଭାଗୀୟ ସୂଚନା ମିଳିଛି ।

ବ୍ଲକ୍ ନିର୍ବାଚନ ଅଧିକାରୀ ତଥା ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ତତ୍ବାବଧାନରେ ଅନୁଷ୍ଟିତ ଏହି ଭୋଟ ଗଣତି କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ ଉପସ୍ଥିତିରେ ପାଟପୁର ପୋଲିସ୍ ଥାନା ପକ୍ଷରୁ ଥାନା ଅଧିକାରୀ ଶ୍ରୀ ଅଜୟ କୁମାର ବାରିକ ସୁରକ୍ଷା ଓ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ । ସାନଖେମୁଣ୍ଡି ତହସିଲଦାର ଡ଼ ଶ୍ରୀନିବାସ ବେହେରା ମାଜିଷ୍ଟ୍ରେଟ ଦାୟିତ୍ୱରେ ରହି କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here