ବୁଗୁଡା ବନାଞ୍ଚଳ ଠଣାପଲ୍ଲୀରେ ଦନ୍ତାହାତୀ

0
187

ବୁଗୁଡା, ୨୧/୦୨/୨୦୨୧: ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ ଠଣାପଲ୍ଲୀ ବିଟ୍ ରେ ଏକ ଦନ୍ତାହାତୀ ପ୍ରବେଶ କରିବା ସହ କୁଞ୍ଜବନ ଗ୍ରାମରେ ଜଣେ ଚାଷୀଙ୍କ ଖଳାରେ ବସ୍ତାରେ ରଖାଯାଇଥିବା ଚୁନା ଧାନ ବସ୍ତାକୁ ଫୋପାଡ଼ି ଦନ୍ତାହାତୀ ଧାନ ଖାଇବା ସହ ନଷ୍ଟ କରିଦେଇଥିବା ଜଣାପଡିଛି। ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରୁ ଏହି ଦନ୍ତାହାତୀଟି ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଠଣାପଲ୍ଲୀ ଫରେଷ୍ଟ ବିଟ୍ ରେ ପ୍ରବେଶ କରିଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ପ୍ରକାଶ କରିଛନ୍ତି। ଦନ୍ତାହାତୀ ବୁଗୁଡା ବନାଞ୍ଚଳରେ ପ୍ରବେଶ କରି ଠଣାପଲ୍ଲୀ ବିଟ୍ ଅନ୍ତର୍ଗତ କୁଞ୍ଜବନ ଗ୍ରାମରେ ଜଣେ ଚାଷୀଙ୍କ ଖଳାରେ ପଶି ଅମଳ ଧାନ ବସ୍ତା ଫୋପାଡ଼ି ଚୁନା ଧାନ ଖାଇବା ସହ ନଷ୍ଟ କରିଥିବା ବେଳେ ଏକ ତାଳ ଗଛ ଭାଙ୍ଗି କନ୍ଦା ଖାଇଥିବା ଦୃଷ୍ଟିକୁ ଆସିଛି। ଦନ୍ତାହାତୀର ଗତିବିଧି ଲକ୍ଷ କରିବା ପାଇଁ ବୁଗୁଡା ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବନପାଳ, ବନରକ୍ଷୀ ଓ ଏଲିଫେଣ୍ଟ ସ୍କ୍ୱାର୍ଡ ଦିବାରାତ୍ର ପେଟ୍ରୋଲିଂ କରୁଥିବା ଜଣାପଡ଼ିଛି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here