୪ ଗୋଟି ପ୍ରକଳ୍ପ ଉଦଘାଟନ କଲେ ବିଧାୟକ

0
343

ପୋଲସରା, ୨୧/୦୨/୨୦୨୧: ପୋଲସରା ଏନ.ଏ.ସି. ଓ ବ୍ଲକ ର ଚାରିଗୋଟି ପ୍ରକଳ୍ପକୁ ଫେବୃୟାରୀ ୨୧ ତାରିଖ ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଉଦଘାଟିତ ହୋଇଥିବା ଜଣାପଡିଛି। ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମରେ ରାଜଶ୍ରୀ ବଳାସୀ ସମାଜର ନୂତନ ଗୃହକୁ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥବା ସହ ବଳାସି ସମାଜର କର୍ମକର୍ତ୍ତାଙ୍କ ଉପସ୍ଥିତରେ ସମାଜର ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହାପରେ ଖଣ୍ଡୁରୁ-କାକୁଡ଼ିଆ ଛକରେ ନୂତନ ଭାବେ ନିର୍ମିତ ଯାତ୍ରୀ ବିଶ୍ରାମଗାରକୁ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିବା ସହ ବିଭିନ୍ନ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନରେ ପୋଲସରା ଏନ.ଏ.ସି. ଅନ୍ତର୍ଗତ ପାଟିଗଡ ରୋଡ଼ସ୍ଥ ଶ୍ରୀ ଶ୍ରୀ ଚୌଡଶ୍ୱରୀ ଦେବାଙ୍ଗୁଲୁ ସମାଜ ପୀଠ ବିଧାୟକ ଶ୍ରୀ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ପୀଠର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ପୋଲସରା ବ୍ଲକର ବାଲିଛାଇ ଗ୍ରାମରେ ରାଜଶ୍ରୀ ବଳାସି ସମାଜ ଗୃହକୁ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବଳାସି ସମାଜର କର୍ମକର୍ତ୍ତା ବୃନ୍ଦଙ୍କ ସମେତ ସମାଜର ସମସ୍ତ ପରିବାର ଯୋଗଦେଇଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here