ସଡକ ଦୁର୍ଘଟଣାରେ ସାମ୍ୱାଦିକ ଙ୍କ ମୃତ୍ୟୁ

0
159

ଭୂବନେଶ୍ୱର,୨୭/୦୨/୨୦୨୧: “ସକାଳ” ଖବରକାଗଜରେ କାର୍ଯ୍ୟରତ ବରିଷ୍ଠ ସହସମ୍ପାଦକ ବ୍ରଜକିଶୋର ପରିଡା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି।ସବୁଦିନ ପରି ସେ ଅଫିସ କାମ ସାରି କଟକ ସ୍ଥିତ ଚାଉଳିଆଗଞ୍ଜ ବାସ ଭବନ କୁ ଯାଉଥିଲେ।ମାତ୍ର ହଂସପାଳ ଛକରେ କୌଣସି ଅଜଣା ଗାଡି ଧକ୍କାରେ ସେ ମୃତ୍ୟୁ ବରଣ କରିଥିବା ବେଳେ ପାଖରେ ତାଙ୍କ ସ୍କୁଟି ଟି ପଡିଥିବା ରାତ୍ରୀ କାଳୀନ ଡିୟୁଟି ରେ ଥିବା ପିସିଆର ଭ୍ୟାନ ଦେଖିଥିଲା।ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣା ସ୍ଥଳ ରେ ପହଁଛି ମୃତ ଦେହ କୁ କ୍ୟାପିଟାଲ ହସ୍ପିଟାଲ କୁ ପଠାଇ ତଦନ୍ତ ଆରମ୍ଭ କରିଛି।ସେ ଜଣେ ମିଷ୍ଟଭାଷୀ, ବନ୍ଧୁବତ୍ସଲ ମଣିଷଟିଏ ଥିଲେ।ତାଙ୍କର ମୃତ୍ଯୁ ଖବର ପାଇବା ପରେ ବହୁ ସାମ୍ବାଦିକ ସଂଗଠନ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here