ଉପାନ୍ତ ଉତ୍କଳ ସାହିତ୍ୟ ପରିଷଦ ର ସ୍ବନକ୍ଷତ୍ର ଉତ୍ସବ ଓ ଉତ୍କଳ ଦିବସ ଉତ୍ସବ ପାଳିତ

0
209

ବ୍ରହ୍ମପୁର,୦୨/୦୪/୨୦୨୧: ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ୮୫ ବର୍ଷ ପୂର୍ତ୍ତି ତଥା ୮୬ତମ ଉତ୍କଳ ଦିବସ ଉତ୍ସବ ପାଳନ ଅବସରରେ ସ୍ଥାନୀୟ ଗୋଳନ୍ଥରା ସ୍ଥିତ ଜିଲ୍ଲା ର ଅନ୍ୟତମ ପୁରାତନ ବିଦ୍ୟାଳୟ ବିଶ୍ବନାଥ ବୈଷୟିକ ଉଚ୍ଚ ବିଦ୍ୟାଳୟ
ସଭାକକ୍ଷରେ ଉପାନ୍ତ ଉତ୍କଳ ସାହିତ୍ୟ ପରିଷଦ ର ସ୍ବନକ୍ଷତ୍ର ଉତ୍ସବ ଓ ଉତ୍କଳ ଦିବସ ଉତ୍ସବ ପାଳନ ହୋଇଯାଇଛି। ଅନୁଷ୍ଠାନ ର ପ୍ରତିଷ୍ଠାତା ସଭାପତି ବିଶିଷ୍ଟ ଶିକ୍ଷାବିତ ସୁଗାୟକ ସଂଗୀତକାର ଅବସର
ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଶତପଥୀ ଏହି ଅବସରରେ ପୌରୋହିତ୍ୟ କରିଥିଲେ।ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଓଡ଼ିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ଶିକ୍ଷାବିତ୍ ରମେଶ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଡୁରା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଶିକ୍ଷାବିତ ଡ଼ ବନମାଳୀ ପାଣିଗ୍ରାହୀ, ସମ୍ମାନିତ ବକ୍ତା ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶିକ୍ଷାବିତ ବିଶିଷ୍ଟ ପ୍ରାବନ୍ଧିକ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି,ଅବସରରେ ପ୍ରାପ୍ତ ପ୍ରଧାନ ଶିକ୍ଷକ ସତୀଶ ଚନ୍ଦ୍ର ମିଶ୍ର, ବିଶ୍ବନାଥ ଉଚ୍ଚ ବିଦ୍ୟାଳୟ ର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ସୁଲେଖକ ହାଡିବନ୍ଧୁ ମାଳି, ଡିଷ୍ଟ୍ରିକ୍ଟ ଷ୍ଟୁଡେଣ୍ଟସ ଅର୍ଗାନାଜେଷନ ଜିଲ୍ଲା ସଭାପତି ସୋମନାଥ ସାହୁ ଏବଂ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଏବଂ ଅନ୍ୟତମ ଆଲୋଚକ ଭାବେ ଅବସରପ୍ରାପ୍ତ ହୀନ୍ଦି ଶିକ୍ଷକ ତଥା ଅଧିବକ୍ତା ଗଙ୍ଗାପାଣି ଦାସ, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦାନ କରି ଆଜିର ଦିବସର ମହତ୍ଵ ଉପରେ ଆଲୋକପାତ କରିଥିଲେ।
ସଭା ପ୍ରାରମ୍ଭରେ କୁଳବୃଦ୍ଧ ମଧୁସୂଦନ ଦାସ , ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଫୋଟୋ ଚିତ୍ର ସହ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ବନାଥ ସାହୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବନ୍ଦେ ଉତ୍କଳ ଜନନୀ ସମୁହ ଗାନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ର ଗୋଳନ୍ଥରା ସମେତ ଆଗପାଖ ଅଞ୍ଚଳ ଆନ୍ଧ୍ର ପ୍ରଦେଶ ସୀମାସହ ଯୋଡ଼ି ହୋଇ ରହିଛି ।ଏହି ଅଞ୍ଚଳ ସନ୍ନିକଟ ଆନ୍ଧ୍ର ପ୍ରଦେଶରେ ଏମିତି କେତୋଟି ଗ୍ରାମ ରହିଛି ଯେଉଁଠାରେ ଓଡ଼ିଆ ଭାଷା ଭାଷି ଲୋକ ଓଡ଼ିଆ ପରଂପରା ସଂସ୍କୃତି କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଏବଂ ଏହି ଅଞ୍ଚଳରେ ଥିବା ତେଲୁଗୁ ଲୋକେ ନିଜ ପରଂପରା ସଂସ୍କୃତି ସହ ଓଡ଼ିଆ ପରଂପରା ଓ ସଂସ୍କୃତି କୂ ପାଳନ କରି ଆସୁଛନ୍ତି।ତଥାପି ଆମ ଭାଷା ଓ ସୀମା ସରହଦର ସୁରକ୍ଷା ପାଇଁ ସାମୁହିକ ପ୍ରଚେଷ୍ଟା ଆଜି ମଧ୍ୟ ଆବଶ୍ୟକ ରହିଛି ବୋଲି ମଞ୍ଚାସୀନ ଅତିଥି ବୃନ୍ଦ ମତବ୍ୟକ୍ତ କରି
୧୯୩୬ ଏପ୍ରିଲ ପହିଲା ର ମହତ୍ଵ ସହ ବରେଣ୍ୟ ବରପୁତ୍ର ମାନଙ୍କ ଅବଦାନ ର ସ୍ମୃତି ଚାରଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଗାୟକ ହୀନମଣି ବେହେରା ,ମୋହନ ମଲଣା ଓ ଶିଶୁ ଗାୟକ ରଞ୍ଜନ କୁମାର ମ ପ୍ରମୁଖ ପ୍ରାରମ୍ଭିକ ସଂଗିତ ସହ ଭଜନ ପରିବେଷଣ କରିଥିଲେ।ଏହି ଅବସରରେ ଉପାନ୍ତ ଉତ୍କଳ ସାହିତ୍ୟ ପରିଷଦ ର ଅନ୍ୟତମ ଉଦ୍ୟକ୍ତା ପ୍ରଫେସର ଡ. ରବିନାରାୟଣ ମିଶ୍ର ଏବଂ ସମ୍ପାଦକ ଡି. ଜଗନ୍ନାଥ ଆଚାରୀ ଅସୁସ୍ଥତା ଯୋଗୁଁ ଅନୁପସ୍ଥିତ ଥିଲେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇ ଥିଲା। ଅନୁଷ୍ଠିତ ଉତ୍କଳ ଦିବସ ଉତ୍ସବରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀଗଣ ଅଂଶ ଗ୍ରହଣ କରି ଥିବାବେଳେ ବିଦ୍ୟାଳୟ କର୍ମଚାରୀ ଦିଲ୍ଲିପ ପାଢ଼ୀ ଓ ଡି ଭାଗିରଥି ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here