ଦୁର୍ଦାନ୍ତ ଅପରାଧୀ ଗିରଫ, ଗୋଟିଏ ୯ ଏମଏମ ପିସ୍ତଲ, ୩ ଜୀବନ୍ତ ଗୁଳି ଜବତ

0
234

ବ୍ରହ୍ମପୁର,୦୨/୦୪/୨୦୨୧: ଆଜି ବୈଦ୍ୟନାଥପୁର ପୋଲିସ ଦ୍ବାରା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଧରା ପଡିଛି। ଅପରାଧୀ ଜଣକ ସହ ଜଣେ ସହଯୋଗୀ ଅପରାଧ ଘଟାଇବା ପୂର୍ବରୁ ପୋଲିସ ଦ୍ବାରା ଗିରଫ ହୋଇଛି। ଅପରାଧୀ ଜଣକ ହେଲେ ଶ୍ରୀରାମ ନଗର ଆଦର୍ଶ ନଗର ର କାଳିଆ ସାହୁ@ ମୂଷା (୩୧) । ସେ
ବର୍ତ୍ତମାନ ଲୋଚାପଡା ବଡ ସାହି ସାହିରେ ରହୁଛି | କାଲିଆ ସାହୁ (ମୂଷା)ଏବଂ ଅନ୍ୟ ଜଣେ ବ୍ୟକ୍ତି ବର୍ମା କଲୋନୀ ନିକଟରେ ଗୁଳିଗୋଳା ବ୍ୟବହାର କରି ସମ୍ପତ୍ତି ସଂମ୍ପର୍କିତ ଅପରାଧ ଘଟାଇବାକୁ ଯୋଜନା କରିଥିଲେ। ଏକ ବିଶ୍ବାସନୀୟ ସୂଚନା ଉପରେ ଆଧାର କରି ଏସଆଇ ବିଭୁତି ଭୂଷଣ ସେଠୀ ଙ୍କ ନେତୃତ୍ବ ରେ ଅନ୍ୟ ପୋଲିସ୍ କର୍ମଚାରୀମାନେ ଚଢାଉ କରିଥିଲେ ଏବଂ ସଦର ଥାନା, ଗୋସାଣିନୂଆଗାଁ ଥାନା ଏବଂ ବଡବଜାର ଥାନା ର ଅତି କମରେ ୫ ଟି ମାମଲାରେ ଜଡିତ ଥିବା କାଳିଆ ସାହୁ (ମୂଷା) କୁ ଧରିବାରେ ସଫଳ ହୋଇଥିଲେ। ତାହା ଠାରୁ ଗୋଟିଏ ୯ ଏମଏମ ପିସ୍ତଲ, ୩ଟି ଜୀବନ୍ତ ଗୁଳି, ମ୍ୟାଗାଜିନ୍ ଜବତ କରାଯାଇଛି।ଅନ୍ୟ ଜଣକ ମୋଟରସାଇକେଲରେ ଫେରାର୍ ହୋଇଯାଇଥିଲା। ଏହା ନେଇ ବୈଦ୍ୟନାଥପୁର ଥାନା ରେ ଏକ ମାମଲା ନମ୍ବର ୮୯/୨୦୨୧( U / S-25 (1-B) (a) ଆର୍ମସ୍ ଆକ୍ଟ -1959 ପଞ୍ଜିକୃତ ହୋଇଛି | ଫେରାର୍ ଅଭିଯୁକ୍ତକୁ ଚିହ୍ନଟ କରିବା ଏବଂ ପିସ୍ତଲ କାରବାର ଉତ୍ସ ଜାଣିବା ପାଇଁ ଅନୁସନ୍ଧାନ ଚାଲିଛି ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here