ସାଙ୍କୁଡା ରେ ଦୃବର୍ତ୍ତ ଙ୍କ ଦ୍ଵାରା ରାତିଅଧରେ ସ୍କୁଟି ପୋଡି

0
246

ବ୍ରହ୍ମପୁର,୦୩/୦୪/୨୦୨୧ -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସାଙ୍କୁଡା ମଝି ସାହି ଉପେନ୍ଦ୍ର ନାଥ ବିଶ୍ଵାଳ ଙ୍କ ଘର ସମ୍ମୁଖ ରେ ଥିବା ତାଙ୍କ ପୁଅ ତୁଷାର ରଞ୍ଜନ ଙ୍କ ସ୍କୁଟି କୁ ରାତି ଅଧରେ କୌଣସି ଦୃବର୍ତ୍ତ ପୋଡ଼ି ଦେଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ତୁଷାର ରଞ୍ଜନ ନିଜ ସ୍କୁଟି କୁ ଆଣି ନିଜ ଘର ବାରଣ୍ଡା ତଳେ ରଖି ଘରକୁ ଯାଇ ରାତ୍ର ଭୋଜନ ସାରି ଘରେ ଶୋଇଥିଲେ ହଟାତ ରାତ୍ର ପ୍ରାୟ ପାଖାପାଖି ୨ ଘଣ୍ଟ ସମୟରେ ସାହି ଲୋକ ଦେଖିଲା ବେଳକୁ ସ୍କୁଟି ଟି ଜୋର୍ ରେ ଜଳୁଛି । ସାହି ଲୋକ ଡାକିବା ପରେ ତୁଷାର ଏବଂ ତାଙ୍କ ମା ଏବଂ ପରିବାର ଲୋକ ବାହାରକୁ ଆସି ଦେଖିଲା ବେଳକୁ ସ୍କୁଟି ଟି ଜଳୁଛି , ତୁଷାର ସମେତ ସାହି ଲୋକ ପାଣି ପକାଇ ନିଆଁ କୁ ଆୟତ କରିଥିଲେ । ତାଙ୍କ ମା ଙ୍କ କହିବା ମୁତାବକ ଗାଁ ର ଜୈନକ ଯୁବକ ଙ୍କ ସହିତ ତାଙ୍କ ପୁଅ ର ଝଗଡା ହୋଇଥିଲା। ସ୍କୁଟି ପୋଡିବା ବିଷୟ ନେଇ ତାଙ୍କ ପୁଅ ବେଗୁନିଆପଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here