ପୋଲସରା ବ୍ଲକରେ “ମୋ ଗେଲ୍ଲା ଝିଅ” କାର୍ଯ୍ୟକ୍ରମ।

0
146

ପୋଲସରା,୧୫/୦୪/୨୦୨୧: ପୋଲସରା ବ୍ଲକରେ ୫ ଟି ଅଙ୍ଗନୱାଡି କେନ୍ଦ୍ରରେ “ମୋ ଗେଲ୍ଲା ଝିଅ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜନ୍ମିତ ଶିଶୁ କନ୍ୟା ଓ ମାଆ ମାନଙ୍କୁ ନେଇ “ମୋ ଗେଲ୍ଲା ଝିଅ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ପୋଲସରା ଶିଶୁ ପ୍ରକଳ୍ପ ଅଧିକାରୀ କୁନ୍ତଳା କୁମାରୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ ନୂତନ କନ୍ୟା ସନ୍ତାନ ଥିବା ଜକର, କଲମ୍ବ, ଉସ୍ତାପଡ଼ା, ରୁମାଗଡ଼,ଓ ହାତୀଓଟ ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ କନ୍ୟା ସନ୍ତାନ ଓ ମାଆଙ୍କୁ ନେଇ ବନ୍ଦାପନା କରିବା ସହ ସରକାରଙ୍କ ପ୍ରମାଣ ପତ୍ର, ଉପହାର ଓ ଚାରା ଦେଇ ସମ୍ମାନିତ କରାଯାଇଥିଲା । ରାଜ୍ୟରେ କନ୍ୟା ସନ୍ତାନଙ୍କ ସଂଖ୍ୟା କମୁଥିବା ବେଳେ କନ୍ୟା ସନ୍ତାନ, ପୁତ୍ର ସନ୍ତାନ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି, ଏହି ବାର୍ତ୍ତା ନେଇ ଲୋକଙ୍କୁ ସଚେତନ କରିବା ସହ କନ୍ୟା ସନ୍ତାନ ସଂଖ୍ୟା ବୃଦ୍ଧି କରିବାପାଇଁ ଏକ ନିଆରା ପଦକ୍ଷେପ ନିଆଯାଇଛି “ମୋ ଗେଲ୍ଲା ଝିଅ” କାର୍ଯ୍ୟକ୍ରମ ମାଧ୍ୟମରେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଞ୍ଚଳ ପରିଦର୍ଶିକା ଓ ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here