ବିଶିଷ୍ଟ ଶିକ୍ଷବିତ୍ ଙ୍କ ବିୟୋଗ ରେ ମହାନ୍ ସଂଘ ର ଶୋକ

0
138

ବ୍ରହ୍ମପୁର,୧୭/୦୪/୨୦୨୧:
ବିଶିଷ୍ଟ ଶିକ୍ଷବିତ୍ ତଥା କଣ୍ଟେଇ କୋଳି ଗ୍ରାମର ବରିଷ୍ଠ ସମାଜସେବୀ ତଥା ୟୁସିପି ଇଞ୍ଜିନିୟରିଂ ସ୍କୁଲ ର ଅବସରପ୍ରାପ୍ତ ଶ୍ରୀ କିଶୋର ଚନ୍ଦ୍ର ସାହୁ ୮୦ ବର୍ଷ ବୟସରେ ଆଜି ସକାଳେ ନିଜ ଗ୍ରାମରେ ମୃତ୍ୟୁ ବରଣ କରିଥିଲେ। ମୃତ ଶଯ୍ୟା ନିକଟରେ ତାଙ୍କର ପୁତ୍ର ମହାନ୍ ସଂଘ ସଦସ୍ୟ ଶ୍ରୀ ମନୋଜ ସାହୁ, ପୁତ୍ର ସରୋଜ ସାହୁ, ଝିଅ ବନ୍ଦନା ସାହୁ ସମେତ ପରିବାର ସଦସ୍ୟ ଉପସ୍ଥିତି ଥିଲେ। ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ, ମହେନ୍ଦ୍ର ପାତ୍ର, କ୍ରାନ୍ତି ଅନୁଷ୍ଠାନର ଦେବାନନ୍ଦ ଦାସ, ଯୁବନେତା ମନୋଜ ସାବତ ଙ୍କ ସମେତ ବହୁ ସଦସ୍ୟ ଗ୍ରାମକୁ ଯାଇ ଶେଷ ଦର୍ଶନ କରିଥିଲେ। ମହାନ୍ ସଂଘ ପକ୍ଷ ରୁ ଶ୍ରୀ ପ୍ରଶାନ୍ତ ପାତ୍ର ହରିପ୍ରସାଦ ମଲଣା, ଭିଷ୍ଣଚାର୍ଯ୍ୟ ଚୌଧୁରୀ, ବନ୍ଦିତା ତ୍ରିପାଠୀ, ଦେବୀପ୍ରଭା ରଥ, ନମିତା ରାଉତ, ଅନ୍ନପୂର୍ଣ୍ଣା ବେହେରା, କିରଣ ବାଲା ମିଶ୍ର, ଜିତେନ୍ଦ୍ର ମୁନି, ମହେନ୍ଦ୍ର ପାତ୍ର, ପ୍ରକାଶ ବଜନି, ସଞ୍ଜୟ ମାଝୀ, ଶ୍ରୀକାନ୍ତ ସାବତ ପ୍ରମୁଖ ଶ୍ରୀ ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here