କୁକୁଡ଼ାଖଣ୍ଡି ବିଜେଡି ପକ୍ଷରୁ ବିଜୁ ଶ୍ରାଦ୍ଧ ଦିବସ ପାଳିତ

0
139

କୁକୁଡ଼ାଖଣ୍ଡି-୧୭/୦୪/୨୦୨୧:ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ ବିଜେଡ଼ି ପକ୍ଷରୁ ବିଜୁ ବାବୁଙ୍କ ୨୪ତମ ଶ୍ରାଦ୍ଧ ଦିବସ ପାଳିତ ପାଳିତ ହୋଇଯାଇଛି।ଏହି ଶ୍ରାଦ୍ଧ ଦିବସ ଅବସରରେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ଶ୍ରୀ କାମାକ୍ଷା ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀ ମାନେ କୋଭିଡ କଟକଣା ନିୟମକୁ ମାନି କୁକୁଡ଼ାଖଣ୍ଡି ବ୍ଲକ ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ବିଜୁବାବୁ ଅମର ରହେ ନାରା ଦେଇଥିଲେ।ପରେ ବାଲିପଡା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆୟୋଜିତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଦଳିଅ କର୍ମୀ ମାନେ ଯୋଗ ଦେଇ ରକ୍ତ ଦାନ କରିଥିଲେ।ତେବେ ଏହି କାର୍ଯ୍ୟକ୍ରମରେ ଜୀବନ ବିନ୍ଦୁର ରାଜ୍ୟ ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା,ରାଜ୍ୟ ସହ ସମ୍ପାଦକ କୈଳାଶ ରଣା, ଜଗନ୍ନାଥ ସାବତ,ବ୍ଲକ ସାଂସଦ ପ୍ରତିନିଧି ଟି. ରଘୁପ୍ରସାଦ ପାତ୍ର,ବିଧାୟକ ପ୍ରତିନିଧି ହିମାଂଶୁ ପାଢ଼ୀ,ବ୍ଲକ ବିଜେଡି ସଭାପତି ଅନ୍ତୋଷ ଚୌଧୁରୀ,ବ୍ଲକ ସରପଞ୍ଚ ସଙ୍ଘ ସଭାପତି ସାରଥି ଗୌଡ଼,ଜିଲ୍ଲା ପରିଷଦ ସଭ୍ୟା ନିରୂପମା ପାତ୍ର, ନିରଞ୍ଜନ ମହାନ୍ତି, ସୁଧୀର ରାଉତ,ନରସିଂହ ସାହୁ, ବଶିଷ୍ଟ ଜେନା,ସଞ୍ଜୟ ପାଣିଗ୍ରାହୀ,ଟୁକୁନା ବିଷୋୟୀ,ମନୋଜ ସ୍ୱାଇଁ,ଅଦଲ ଚେନେୟା,ବସନ୍ତ ସ୍ୱାଇଁ, ଗୋବିନ୍ଦ ଗୌଡ଼,ରାଧା ମୋହନ ସେଠି,ସଞ୍ଜୟ କୁମାର ସାହୁ, ଲିଙ୍କନ ପାତ୍ରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ରକ୍ତଦାନ କରିବା ସହ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here