କରୋନା ରେ ଚାଲିଗଲେ କରୁଣା

0
223

ଶେରଗଡ,୨୦/୦୪/୨୦୨୧: କରୋନା ରେ ଚାଲିଗଲେ କରୁଣା ।ଏଧରଣର ଏକ ଦୁଃଖଦ ଖବର ମିଳିଛି ।ଅନୁପମଭାରତର ଶେରଗଡ ପ୍ରତିନିଧି କରୁଣା ସାହୁ ତିନି ଦିନ ପୂର୍ବେ ଅସୁସ୍ଥ ହେବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ରୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ତାକୁ ହିଞ୍ଜଳିକାଟୁ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥଲା।ଆଜି ପୂର୍ବାହ୍ନ ରେ ତାଙ୍କର ବିୟୋଗ ଘଟିଛି ।ଏହା ଶେରଗଡ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।କରୁଣାକର ପ୍ରାୟ ୨୫ବର୍ଷ ରୁ ଉର୍ଦ୍ଧ ସମୟ ଧରି ଅନୁପମ ଭାରତ ର ଶେରଗଡ ପ୍ରତିନିଧି ରୂପେ କାର୍ଯ୍ୟ କରି ଆସୁଥିଲେ ।କରୁଣା ଙ୍କ ବିୟୋଗ ରେ ଓୟୂଡବଲ୍ଯୁଜେ ଗଞ୍ଜାମ ଜିଲ୍ଲାର ସଭାପତି ଡାକ୍ତର ହୃଷୀକେଶ ମହାନ୍ତି ଗଭୀର ଶୋକ ପ୍ରକାଶ କରି ଆତ୍ମାର ସଦଗତି କାମନା କରି ଶୋକ ସନ୍ତୋପ୍ତ ପରିବାର ବର୍ଗ ଙ୍କୁ ସମବେଦନା ୱାପନ କରିଛନ୍ତି ଓ ସରକାର ଙ୍କ ପକ୍ଷରୁ ତାଙ୍କର ଉତ୍ତରାଧିକାରୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି।ତେବେ ଆଜି ଶେରଗଡ ବ୍ଲକ ସଂପାଦକ କରୁଣା କର ସାହୁ ଙ୍କ ବିୟୋଗ ପରେ ଶେରଗଡ ତହସିଲଦାର ଦୟାସିନ୍ଧୁ ପରିଡା ସ୍ୱର୍ଗତ ସାହୁ ଙ୍କ ବାସଭବନକୁ ଯାଇ ରେଡକ୍ରସ ପାଣ୍ଠିରୁ ୨୫ହଜାର ଟଙ୍କା ସହାୟତା ତାଙ୍କର ଉତ୍ତାଧିକାରୀ ଙ୍କୁ ପ୍ରଦାନ କରିଛନ୍ତି ।ସ୍ୱର୍ଗତ ସାହୁ ଙ୍କ ର ଧର୍ମପତ୍ନୀ ଏବଂ ନାବାଳିକା ପୁଅ ଓ ଝିଅ ଅଛନ୍ତି।

LEAVE A REPLY

Please enter your comment!
Please enter your name here