ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ପଶ୍ଚିମ ବଙ୍ଗ ନିର୍ବାଚନ ପରବର୍ତ୍ତି ହିଂସା ପ୍ରତିବାଦରେ ଭାର୍ଚୁଆଲ ମାଧ୍ୟମରେ “ଗଣ ଧାରଣା”

0
162

ବ୍ରହ୍ମପୁର,୦୬/୦୫/୨୦୨୧: ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ପଶ୍ଚିମ ବଙ୍ଗ ନିର୍ବାଚନ ପରବର୍ତ୍ତି ହିଂସା ପ୍ରତିବାଦରେ କୋଭିଡ଼ ନିୟମକୁ ଦୢଷ୍ଟିରେ ରଖି ଭାର୍ଚୁଆଲ ମାଧ୍ୟମରେ “ଗଣ ଧାରଣା” ଦିଆଯାଇଥିଲା । ଏହି ଭାର୍ଚୁଆଲ “ଗଣ ଧାରଣାରେ” ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଯୋଗ ଦେଇ ଗଣତନ୍ତ୍ର ରାଷ୍ଟ୍ରରେ ଏଭଳି ହିଂସା କଦାପି ଗ୍ରହଣୀୟ ନୁହେଁ ବୋଲି କହିଥିଲେ । ସୂଚନା ଯୋଗ୍ୟ ଯେ ଗତ ମଇ ୨ ତାରିଖ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ପଶ୍ଚିମ ବଙ୍ଗରେ ଅଦ୍ୟାବତ୍ ୧୭ ଜଣ ଭାଜପା କାର୍ଯକର୍ତ୍ତାଙ୍କୁ ହତ୍ୟା କରାଯିବା ସହ ବହୁ ମହିଳା କାର୍ଯକର୍ତ୍ତାଙ୍କ ସହ ଗଣ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଅନ୍ୟତମ ଅତିଥି ମଧ୍ୟରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର ଯୋଗ ଦେଇ ପଶ୍ଚିମ ବଙ୍ଗରେ ଚାଲୁଥିବା ହିଂସା ଏହା ସ୍ପଷ୍ଟ କରୁଛି ଯେ ପଶ୍ଚିମ ବଙ୍ଗ ର ସରକାର ଗଢ଼ିଥିବା ଟି.ଏମ୍.ସି. ଦଳର ଯେଉଁ ଖେଲା ହବେ ନାରା ଦେଉଥିଲା ତାହା ଏହି ହିଂସାର କାର୍ଯ୍ୟକଳାପକୁ ଇଙ୍ଗୀତ କରୁଥିଲା । ଆଜିର ଏହି ଗଣ ଧାରଣାରେ ବରିଷ୍ଠ ନେତା ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତି, ମନୋରଞନ ଦ୍ୟାନସାମନ୍ତରା, ଚିନ୍ମୟାନନ୍ଦ ମହାରାଜ, ସିଦ୍ଧାନ୍ତ ଗଙ୍ଗଦେବ, ରାଜେଶ ସାହୁ, ଗଙ୍ଗାଧର ଶତପଥି, ପ୍ରଭାତ କିରଣ ଷଡଙ୍ଗୀ, ବିନୋଦ ମିଶ୍ର,କାମନା ପାଢ଼ୀ, ସୁନିଲ କୁମାର ସାହୁ, ନମିତା ରାଣୀ ପଣ୍ଡା, ଶରତ କୁମାର ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ବାଳକୢଷ୍ଣ ସାମନ୍ତରା, ପ୍ରଦୀପ ପାଢ଼ୀ ପ୍ରମୁଖଙ୍କ ସମେତ ଜିଲ୍ଲା ପଦାଧିକାରୀ, ସମସ୍ତ ମଣ୍ଡଳ ସଭାପତି ଏବଂ ଜିଲ୍ଲାର ବହୁ କାର୍ଯକର୍ତ୍ତା ଏହି “ଗଣ ଧାରଣା” ରେ ଯୋଗ ଦେଇଥିଲେ । ଏହି ଭାର୍ଚୁଆଲ ବୈଠକକୁ ଜିଲ୍ଲା ସୋସିଆଲ୍ ମିଡ଼ିଆ ସଭାପତି ଶିବ ପ୍ରଶାଦ ପାତ୍ର ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here