ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ । ବିଜେଡି ଜଣେ ଟାଣୁଆ ସଙ୍ଗଠକ ହରାଇଲା : ବିଧାୟକ

0
145

ପୋଲସରା,୦୬/୦୫/୨୦୨୧: ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ଭଗବାନ ଜେନା ଏପ୍ରିଲ ୦୪ ତାରିଖ ଦିନ ରାତ୍ର ପ୍ରାୟ ୧୧ ଟା ସମୟରେ ବ୍ରହ୍ମପୁର ବଡ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ଜଣାପଡିଛି। ଖବର ପାଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଏପ୍ରିଲ ୫ ତାରିଖ ପୂର୍ବାହ୍ନରେ ସ୍ବର୍ଗତ ଭଗବାନ ଜେନାଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହ ସ୍ବାନ୍ତନା ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ସାହୁ ନିଜ ପ୍ରତିକ୍ରିୟା ରେ ବିଜେଡି ଜଣେ ଟାଣୁଆ ସଙ୍ଗଠକଙ୍କୁ ହରାଇଲା ବୋଲି ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here