ଦୁଇଟିଭୋଜି ଓ ଅମାନିଆଙ୍କ ଠାରୁ ୧୯ ହଜାର ଟଙ୍କା ଜରିମାନା ଆଦାୟ ।

0
103

 

ପୋଲସରା,୧୨/୦୫/୨୦୨୧: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ମଇ ୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ପ୍ରଶାସନ ଠାରୁ ଅନୁମତି ନେଇ ବିବାହ ଭୋଜିରେ ୫୦ ଜଣ ଓ ଦୁର୍ବଳ କାର୍ଯ୍ୟରେ ୨୦ ଜଣ ଯୋଗଦେଇ ପାରିବେ ବୋଲି ସରକାରୀ ନିୟମ ଥିଲେ ମଧ୍ୟ କେତେକ ବ୍ୟକ୍ତି ନିୟମ ଭଙ୍ଗ କରି ଶହ ଶହ ଲୋକଙ୍କୁ ଡାକି ଭୋଜିଭାତ ଦେଇ ଗହଳି କରୁଥିବା ବେଳେ ଅମାନିଆ ମାନେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ମାନୁନାହାଁନ୍ତି ।ସେହି ନିୟମ ଭଙ୍ଗକାରୀ ବ୍ୟକ୍ତି ଓ ଅମାନିଆ ମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନ କଠୋର ହେବା ପାଇଁ ବାଧ୍ୟ ହେଉଥିବା ଜଣାପଡୁଛି। ମଇ ୧୨ ତାରିଖ ଦିନ ପୋଲସରା ତହସିଲଦାର ଦିଲ୍ଲୀପ କୁମାର ନାୟକ ଓ ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ବାହିନୀ ପୋଲସରା ଏନଏସି ର ସ୍ବପ୍ନେଶ୍ବର ସାହିର କୃଷ୍ଣ ଚନ୍ଦ୍ର ସ୍ୱାଇଁ ଓ ରୁମାଗଡ଼ ଗ୍ରାମର ସୁଶାନ୍ତ ଭୂୟାଁ ଦୁୁୁଇ ଜଣଙ୍କ ବିବାହ ଭୋଜି କାର୍ଯ୍ୟରେ ଚଢ଼ାଉକରୀ ଜନସମାଗମ କରିଥିବା ଅଭିଯୋଗରେ ପ୍ରତ୍ୟେକଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ ଦଶ ହଜାର ଟଙ୍କା ଜରିମାନା ଆଦାୟ କରିବା ସହ ଭୋଜି ବନ୍ଦ କରିଥିଲେ। ସେହିପରି ଅମାନିଆ ମାନଙ୍କ ଠାରୁ ମାସ୍କ ପରିଧାନ କରିନଥିବା ଓ ସାମାଜିକ ଦୂରତା ବଜାୟ ନରଖିବା ଅଭିଯୋଗରେ ୯ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ମୋଟରେ ୧୯ ହଜାର ଟଙ୍କାର ଅର୍ଥଦଣ୍ଡ ବୁଧବାର ଦିନ ଆଦାୟ ହୋଇଥିବା ଆଇଆଇସି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here