ଦୁବାଇରୁ ଫେରିଲା ଓଡିଆଙ୍କ ମରଶରୀର

0
125

ବ୍ରହ୍ମପୁର,୨୧/୦୫/୨୦୨୧ (ଟୁକୁନା ପ୍ରଧାନ)-: ଓଡିଶା ମୋ ପରିବାର ସହାୟତା ରେ ଦୀର୍ଘ ୧୬ ଦିନ ପରେ ନିଜ ଜନ୍ମ ମାଟିକୁ ଫେରିଲା ପ୍ରବାସୀ ଶ୍ରମିକ ଙ୍କ ମୃତଦେହ l ଗତ ମାସ ୫ ତାରିଖ ଦିନ ସୁଦୁର ଦୁବାଇ ଠାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦ୍ଧମେଖ ପଞ୍ଚାୟତ ର ଗୁଡ଼ିଆଳି ଗ୍ରାମର ଗୌରହରୀ ସ୍ୱାଇଁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଫଳରେ ମୃତ୍ୟୁ ବରଣ କରିଥିଲେ l ଗୌରହରୀ ସ୍ୱାଇଁ ଦୁବାଇରେ ଶ୍ରମିକ ଭାବେ କାମ କରୁଥିଲେ । ଏହାକୁ ନେଇ ଘରେ ଶୋକର ଛାୟା ଖେଳିଯାଇଥିଲା । ଦୁବାଇରୁ କେମିତି ଫେରାଇ ଆଣିବେ ମୃତଦେହ ଚିନ୍ତାରେ ପଡିଥିଲେ ପରିବାର । ହେଲେ ଆଜି
ଗୌରହରୀଙ୍କ ମୃତଦେହ ଦୀର୍ଘ ୧୬ଦିନ ପରେ ନିଜ ଜନ୍ମ ମାଟି ଗୁଡ଼ିଆଳି ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ସ୍ଥାନୀୟ ପ୍ରଶାସନ ଅଧିକାରୀ ଓ ପରିବାର ବର୍ଗ ଉପସ୍ଥିତିରେ ଗ୍ରାମ ସ୍ମଶାନ ରେ ଗୌରହରୀ ଙ୍କ ଶେଷକୃତ ସମ୍ପନ୍ନ କରାଯାଇଛି ।ଏହି ସମୟରେ ବ୍ଳକ ପ୍ରସାଶନିକ ଅଧିକାରି ସମେତ ଜିଲ୍ଲାପରିଷଦ ସଭ୍ୟ ମନୋଜ କୁମାର ପାଣ୍ଡି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here