ମର୍ଦ୍ଦକୋଟ ଠାରେ ବାହାଘର ଭୋଜିରେ ପ୍ରଶାସନର ଚଢ଼ାଉ,୮୦୦୦ ଟଙ୍କା ଜରିମାନା ।

0
121

ବ୍ରହ୍ମପୁର,୨୧/୦୫/୨୦୨୧ (ଟୁକୁନା ପ୍ରଧାନ)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମରେ ଏକ ଭୋଜି ଚାଲିଥିବା ବେଳେ କୋଦଳା ତହସିଲ ପ୍ରଶାସନ ଚଢ଼ାଉ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ବଧି ସାହିରେ ଦୁଖୀଶ୍ୟାମ ସ୍ବାଇଁଙ୍କ ପୁଅ ବାହାଘର ଭୋଜି ଚାଲିଥିବା ବେଳେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ଭୋଜିକୁ ବନ୍ଦ କରିବା ସହ ଆୟୋଜକଙ୍କ ଠାରୁ ୮୦୦୦/-ଜରିମାନା ଆଦାୟ କରିଛନ୍ତି। ଅପର ପକ୍ଷରେ କୋଦଳା ତହସିଲଦାର ଅବନୀ କୁମାର ସାହୁ ଏକ ବିଜ୍ଞପ୍ତି ପ୍ରକାଶ କରି ଦର୍ଶାଇଛନ୍ତି ଯେ ବାହାଘର ପୁର୍ବରୁ ବର ଓ କନ୍ୟାଙ୍କ କରୋନା ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ। ଆଣ୍ଟିଜେନ କିମ୍ବା ଆର୍ ଟି ପି ସି ଆର ଟେଷ୍ଟ ବାଧ୍ୟତାମୂଳକ । ଓ ଏହା ଦୁଇ ଦିନ ପୂର୍ବରୁ କରାଯିବା ଆବଶ୍ୟକ ବୋଲି ସେ ଦର୍ଶାଇବା ସହ ଭୋଜି ନକରିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here