କରୋନାରେ ଆଉ ଜଣେ ମୃତ

0
144

କୁକୁଡ଼ାଖଣ୍ଡି ,୦୧/୦୬/୨୦୨୧: କରୋନା ଦ୍ୱିତୀୟ ଲହର ଦିନକୁ ଦିନ ସାଂଘାତିକ ହେବାକୁ ଲାଗିଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି । କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବାଘଲଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପିଅନ ଭାବେ କାର୍ଯ୍ୟରତ ଥିବା ବେଳେ ଚନ୍ଦ୍ରଶେଖର ବେହେରା ଗତକାଲି (୪୪)ଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମେ ମାସ ୧୪ତାରିଖ ଦିନ ଜ୍ୱର ଆସିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥା ମଧ୍ୟରେ ସୋମବାର ପୂର୍ବାହ୍ନ ସମୟରେ ମୃତ୍ୟୁ ବରଣ କରିଛନ୍ତି ।ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ କୋଭିଡ଼ ପରୀକ୍ଷା କରିବା ପରେ ପୋଜିଟିବ ହେଲେ ପରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ। ବାଘଲଟି ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ହେବା ସହ ଚାରିଆଡେ ଶୋକର ଛାୟା ଖେଳି ଯାଇଛି। ଆନ୍ଧ୍ର ପ୍ରଦେଶର ଇଛାପୁର ଠାରେ ଶବ ସତ୍କାର ହୋଇଥିଲା। ଏହି ସମୟରେ ସ୍ଥାନୀୟ ସରପଞ୍ଚ ସାରଥୀ ପ୍ରସାଦ ଗୌଡ଼ ଉପସ୍ଥିତ ରହି ପରିବାର ବର୍ଗଙ୍କୁ ନିଜସ୍ବ ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ଦଶହଜାର ଟଙ୍କା ପ୍ରଧାନ କରିଛନ୍ତି। ଏଥିରେ ପିଇଓ ରାମଚନ୍ଦ୍ର ଦଳାଇ, ସରପଞ୍ଚ ସଂଘ ସଭାପତି ସାରଥୀ ପ୍ରସାଦ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେ ଜଣେ ମିଷ୍ଟଭାଷୀ,ସରଳ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here