ଅନାଥ ଶିଶୁଙ୍କ ଦାୟିତ୍ବ ନେବାକୁ ଆଗଭର ହେଲା ପ୍ରଶାସନ । ଜିଲ୍ଲାପାଳଙ୍କ ସହ ସ୍ଥାନୀୟ ଅଧିକାରୀଙ୍କ ଅନୁକମ୍ପା ରାଶି ପ୍ରଦାନ

0
191

ବ୍ରହ୍ମପୁର ,୦୫/୦୬/ ୨୦୨୧: ସାନଖେମୁଣ୍ଡି ବ୍ଲକ୍ ପାଟପୁର ରେଡିକା ସାହି ସ୍ଥିତ ଜନୈକ ପରିବାରର ଉଭୟ ବାପ ମାଆଙ୍କ ମୃତ୍ୟୁ ପରେ ଅନାଥ ହୋଇପଡ଼ିଥିବା ନିରୀହ ତିନି ଶିଶୁଙ୍କ ଶୋଚନୀୟ ଅବସ୍ଥା ନେଇ ଖବର ପ୍ରସାରଣ ପରେ ପ୍ରଶାସନ କ୍ରିୟାଶୀଳ ହୋଇଅଛି । ସ୍ଥାନୀୟ ସରପଞ୍ଚଙ୍କ ଦ୍ଵାରା ବିଡ଼ିଓଙ୍କୁ ଅବଗତି ପ୍ରକାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିନେଇ ପଦକ୍ଷେପ ଗ୍ରହଣ କରାଯାଇଅଛି । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ସାନଖେମୁଣ୍ଡି ବ୍ଲକ୍ ଗସ୍ତ କରି ପାଟପୁର ସ୍ଥିତ ଉକ୍ତ ଅନାଥ ଶିଶୁଙ୍କ ଘରକୁ ପହଞ୍ଚି ସେମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରିଛନ୍ତି । ତିନି ଭାଇ ଭଉଣୀଙ୍କ ଅନ୍ ଲାଇନ୍ ପାଠପଢ଼ା ନେଇ ପଚାରି ବୁଝିବା ସହିତ ସେମାନଙ୍କ ଭବିଷ୍ୟତ ଗଠନରେ ଜିଲା ପ୍ରଶାସନ ପୂର୍ଣ୍ଣ ସହଯୋଗ କରିବାର ସ୍ଵୀକୃତି ପ୍ରଦାନ କରିଛନ୍ତି । ଏହା ସହିତ ଅନାଥ ଶିଶୁଙ୍କ ଭରଣ ପୋଷଣ ନିମିତ୍ତ ରାଜ୍ୟ ରେଡକ୍ରସ ପାଣ୍ଠିରୁ ଟ – ୨୦ , ୦୦୦ /- ,ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଟ – ୧୦ ,୦୦୦/- ଏବଂ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ଟ – ୧୫, ୦୦୦ /- ଭାବରେ ସର୍ବମୋଟ ଟ – ୪୫ ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶିକୁ ଚେକ୍ ମାଧ୍ୟମରେ ଜିଲ୍ଲାପାଳ ପ୍ରଦାନ କରିଛନ୍ତି ।ଅନୁଷ୍ଠିତ ଜିଲ୍ଲାପାଳଙ୍କ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଡ , ଶ୍ରୀନିବାସ ବେହେରା , ଭାରାପ୍ରପ୍ତ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବସନ୍ତ ପଣ୍ଡାଙ୍କ ସହ ସରପଞ୍ଚ ଟି ବାବୁ ସୁବୁଦ୍ଧି , ସମିତି ସଭ୍ୟ ପ୍ରଶାନ୍ତ ସ୍ବାଇଁ ଓ ଅନାଥ ଶିଶୁଙ୍କ ପରିବାର ଏବଂ ସମ୍ପ୍ରଦାୟ ପ୍ରମୁଖ ଉପସ୍ଥିତ ରହି ଶିଶୁଙ୍କ ରକ୍ଷଣାବେକ୍ଷଣ ଓ ଭବିଷ୍ୟତ କାର୍ଯ୍ୟ ପନ୍ଥାରେ ପ୍ରଶାସନର ସହଯୋଗକୁ ନେଇ ଆଲୋଚନା କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here