କଳ୍ପେଶ୍ୱର ଆଞ୍ଚଳିକ ଯୁବସଂଘ ଜରଡ଼ା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୩୭ ୟୁନିଟ ରକ୍ତ ସଂଗୃହୀତ ।

0
163

ପାତ୍ରପୁର , ୦୫/୦୬/୨୦୨୧: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ କଳ୍ପେଶ୍ୱର ଆଞ୍ଚଳିକ ଯୁବସଂଘ ପକ୍ଷରୁ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜରଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୋଟ ୩୭ ୟୁନିଟ ରକ୍ତ ସଂଗୃହୀତ ହୋଇଅଛି । କରୋନା ମହାମାରୀ ଦ୍ଵିତୀୟ ଲହର ପରିପ୍ରେକ୍ଷୀରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଆୟୋଜିତ ଏହି ଶିବିରକୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡା. ସମ୍ବିତ ବେଗରାୟ ଓ ଜରଡ଼ା ଥାନାଧିକାରୀ ଭାବାନନ୍ଦ ପ୍ରଧାନ ମିଳିତ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଥାନାଧିକାରୀଙ୍କ ସହିତ ଶିକ୍ଷକ ନେତା ରାଜେଶ ମହାନ୍ତି ଓ ସ୍ୱାସ୍ଥ୍ୟକର୍ମୀ ଦିଗନ୍ତ ମହାନ୍ତି ପ୍ରଥମେ ରକ୍ତଦାନ କରିଥିଲେ । ଶିବିରରେ ତିନିଜଣ ଭିନ୍ନକ୍ଷମ ରକ୍ତଦାନ କରି ଅନ୍ୟମାନଙ୍କୁ ପ୍ରେରଣାର ଉତ୍ସ ପାଲଟିଥିବା ବେଳେ ସଂଘର ବହୁ ସଦସ୍ୟ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ ।ଆୟୋଜିତ ଶିବିରରେ ଶଶାଙ୍କ ପ୍ରଧାନ , ବିଜୟ ପ୍ରଧାନ , ବାପୁଜି ବିଶୋଇ , ନୀଳମାଧଵ ପାତ୍ର , ରାମଗୋପାଳ ପାଢ଼ୀ , କୃଷ୍ଣଚନ୍ଦ୍ର ପ୍ରଧାନ , ରାମକୃଷ୍ଣ ନାୟକ ପ୍ରମୂଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସଂଘ ସଭାପତି ସଂଗ୍ରାମ କେଶରୀ ନାୟକ , ଉପଦେଷ୍ଟା ନିଶାମଣି ପ୍ରଧାନ , ବୃନ୍ଦାବନ ପ୍ରଧାନ , ରାଜଗୋପାଳ ପାଢ଼ୀ , ସନ୍ତୋଷ ମୋହନ ପଣ୍ଡା , ସତ୍ୟବାଦୀ ଗୌଡ଼ , ରବୀନ୍ଦ୍ର ସେଠୀ , ତୀର୍ଥବାସୀ ପ୍ରଧାନ , ଆଲୋକ ପ୍ରଧାନ , କାର୍ତ୍ତିକ ପ୍ରଧାନ , ଦେବେନ୍ଦ୍ର ପ୍ରଧାନ , ଶିବରାମ ମହାନ୍ତି , ଅନୀଲ ବାଡତ୍ୟା, ଆଶିଷ ବକ୍ସି ,ପ୍ରବୀଣ ପଣ୍ଡା , ସୁରେଶ ବିଶୋଇ , ବସନ୍ତ ପ୍ରଧାନ , ଶିକ୍ଷକ ସୁଦୀପ୍ତ ପଟ୍ଟନାୟକ , ସୌମ୍ୟରଞ୍ଜନ ପାଣିଗ୍ରାହୀ ଆଦି ରକ୍ତଦାନ ସହିତ ଶିବିର ପରିଚାଳନାରେ ବିଶେଷ ସହଯୋଗ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାର ତରଫରୁ ସୁଶାନ୍ତ ପାଣିଗ୍ରାହୀ , ପ୍ରଦୀପ ସୁବୁଦ୍ଧି , ରାମହରି ପଣ୍ଡା , ବାବୁନି ବେହେରା ଓ ବସନ୍ତ ବେହେରା ପ୍ରମୂଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଆୟୋଜିତ ଶିବିରକୁ ଜରଡ଼ା ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ସହଯୋଗ କରିଥିଲେ ।

ରିପୋର୍ଟ:ଏ .ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here