ପାତ୍ରପୁର ବୋରିବାଡରେ ଅଙ୍ଗନୱାଡି କର୍ମୀଙ୍କ କରୋନା ଜନିତ ପଲ୍ସ ଯାଂଚ ଓ ସ୍କ୍ରିନି ।

0
148

ପାତ୍ରପୁର, ୦୫/୦୬/୨୦୨୧: କରୋନା ସଂକ୍ରମଣ ମହାମାରୀର ଦ୍ଵିତୀୟ ଲହର ସମ୍ପ୍ରତି ବିଶ୍ଵ ସମୁଡ଼ାୟକୁ ଆତଙ୍କିତ କରିଥିବା ବେଳେ ଭାରତବର୍ଷରେ ଏହାର ପ୍ରଭାବ କବଳିତ କରିଅଛି । ପ୍ରଥମ ପର୍ଯ୍ୟାୟର ସଂକ୍ରମଣ ତୀବ୍ରତା ଠାରୁ ବହୁ ଗୁଣରେ ଅଧିକ ଥିବାରୁ ଏହାର ପ୍ରତିଷେଧକ ବ୍ୟବସ୍ତା ପାଇଁ ସର୍ବନିମ୍ନ ସ୍ୱାସ୍ଥ୍ୟ ଯାଞ୍ଚ୍ ପାଇଁ ସରକାର ଘୋଷଣା କରିଛନ୍ତି । ଏହି ସ୍ଥିତିରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ପରିଚାଳିତ ସମନ୍ୱିତ ଶିଶୁ ବିକାଶ ସେବା ଯୋଜନା ଅନ୍ତର୍ଗତରେ ନିୟୋଜିତ ଅଙ୍ଗନୱାଡି କର୍ମୀଙ୍କ ସେବା ପ୍ରବଣତାକୁ ଉପଲବ୍ଧି କରି ସରକାର କର୍ମୀ ସମୂହଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବରେ ଗୃହୀତ କରାଇଛନ୍ତି । ଗ୍ରାମ ସ୍ତରରେ ଘରଘର ବୁଲି ନିଜ ସେବା ଅଞ୍ଚଳ ପରିସରରେ ଅଙ୍ଗନୱାଡି କର୍ମୀଙ୍କୁ କରୋନା ସମନ୍ଧିତ ସାଧାରଣ ସ୍ବାସ୍ଥ୍ୟ ଯାଞ୍ଚ୍ କରାଇବାରେ ଦାୟିତ୍ଵ ପ୍ରଦାନ କରିଛନ୍ତି ।ଏହି ଅବସରରେ ପାତ୍ରପୁର ବ୍ଲକ୍ ଆଇ ସି ଡି ଏସ ପ୍ରକଳ୍ପ ଅନ୍ତର୍ଗତ ଜୟନ୍ତିପୁର ସେକ୍ଟର ଅନ୍ତର୍ଗତ ବୋରିବାଡ ଗ୍ରାମ ଅନ୍ତର୍ଗତରେ ଥିବା କେନ୍ଦ୍ର – ୧ ଓ କେନ୍ଦ୍ର – ୨ ସେବା ଅଞ୍ଚଳ ପରିସରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ କୁମାରୀ ସଂଯୁକ୍ତା ଏବଂ ଜି , ପଦ୍ମିନୀଙ୍କ ତତ୍ତ୍ଵାବଧାନରେ ଆଜି ବରିବାଡ ଗ୍ରାମରେ ସାଧାରଣ ସ୍ବାସ୍ଥ୍ୟ ଯାଞ୍ଚ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାଯାଇଅଛି । ଗ୍ରାମ ଆଶାକର୍ମୀ ଜି. ନିଲାବେଣୀ , କେନ୍ଦ୍ର ସହାୟିକା ଜେ.ରାଜେଶ୍ବରି , ଜି.ଭାନୁ ପ୍ରମୁଖ ମିଳିତ ଭାବେ ପ୍ରତିଘରର ସଦସ୍ୟଙ୍କୁ ଭେଟି କରୋନା ସମନ୍ଧିତ ସାଧାରଣ ସଚେତନତା ସହିତ ପ୍ରତି ବ୍ୟକ୍ତିଙ୍କ ପଲ୍ସ୍ ପରୀକ୍ଷଣ କରିବା ସହିତ ସାଧାରଣ ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ୍ କରିଛନ୍ତି ।

ରିପୋର୍ଟ: ଏ.ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here