ପ୍ରତ୍ୟେକ ଶବ୍ଦରୁ ପରିଷ୍ପୁଟିତ ହୁଏ ସାହିତ୍ୟର ସ୍ଵତନ୍ତ୍ର ବିଚାରଧାରା । ସାନଖେମୁଣ୍ଡି ସାହିତ୍ୟ ସଂସଦର ଅଭାଷି ଆସର ଆଲୋଚନାଚକ୍ର ।

0
126

ବ୍ରହ୍ମପୁର,୦୫/୦୬/୨୦୨୧: ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତା ହିଁ ମାନବସମାଜର ମୁକ୍ତିର ମାର୍ଗ ପ୍ରଦର୍ଶନ କରିଥାଏ । ଶୋଷଣରୁ ମୁକ୍ତି ସହ ମଣିଷସମାଜର କ୍ରମବିକାଶ ଦିଗରେ ମୂଲ୍ୟବୋଧ ଭିତ୍ତିକ ସାହିତ୍ୟରେ ସାମାଜିକ ଅଙ୍ଗୀକାରବଦ୍ଧତା ରହିଲେ ସାହିତ୍ୟ ଲୋକଙ୍କ ମଧ୍ୟରେ ଆଦୃତ୍ତି ସହ ସାମାଜିକ ପରିବର୍ତ୍ତନର ନେତୃତ୍ୱ ନେବ ବୋଲି ଆଜି ସାନଖେମୁଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠିତ ଜିଲ୍ଲାସ୍ଥରୀୟ ଆଭାଷୀ ସାହିତ୍ୟ ଆସର ଓ ଆଲୋଚନା ଚକ୍ରରେ ବିଶିଷ୍ଟ ବକ୍ତାସମୂହ ମତବ୍ୟକ୍ତ କରିଛନ୍ତି ।ଅନୁଷ୍ଠାନର ମୁଖ୍ୟସମ୍ପାଦକ ଡ଼ଃ ପ୍ରଣବାନନ୍ଦ ପାଟ୍ଟଯୋଶୀଙ୍କ ସଂଯୋଜନାରେ ଆୟୋଜିତ ଏହି ବିଭାଷି ଆସରର ପ୍ରଥମ ଅଧିବେଶନରେ ସଭାପତି ଶ୍ରୀ ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତା କରିଥିବା ବେଳେ “ସାହିତ୍ୟରେ ସାମାଜିକ ଅଙ୍ଗୀକାରବଦ୍ଧତା ” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତାଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ଥମ୍ଭକାର ଶ୍ରୀ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ମେହେନତି ମଣିଷ ଏବଂ ଦଳିତ ଅବହେଳିତ ଆଦିବାସୀଙ୍କ ଶୋଷଣ କଷଣରୁ ମୁକ୍ତି ପାଇଁ ସାହିତ୍ୟ ହିଁ ମୁଖ୍ୟଭୂମିକା ଗ୍ରହଣ କରିଛି ଓ କରିବ , ସାହିତ୍ୟିକ ମାନେ ସମାଜ ପ୍ରତି ପ୍ରତିଶୃତିବଦ୍ଧତା ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ବକ୍ତାଭାବେ ବିଶିଷ୍ଟ ସମାଜବିଜ୍ଞାନୀ ସାମାଜିକକର୍ମୀ ବିଜୟ ଉପଧ୍ୟାୟ ” ପ୍ରଗତିଶିଳ ସାହିତ୍ୟର ସୃଷ୍ଟି କ୍ରମବିକାଶ ଦିଗରେ ସାହିତ୍ୟର ଭୂମିକା ” ସମ୍ପର୍କରେ ଆଲୋକପାତ କରିଥିଲେ । ସାନଖେମୁଣ୍ଡି ଯୁବରାଜ ବୀରକିଶୋର ଦେବ ଅତିଥି ଭାବେ ନିଜସ୍ୱ ମତ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶିବରାମ ସାବତ ଧନ୍ୟବାଦ ଦେଇଥିଲେ ।
ବିନାୟକ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଦ୍ଵିତୀୟ ଅଧିବେଶନର କବିତା ଆସରରେ ସାହିତ୍ୟିକା ଓ ବିଶିଷ୍ଟ କବୟିତ୍ରୀ ସୌଦାମିନୀ ମିଶ୍ର ସଂଯୋଜନା କରିଥିବା ବେଳେ ସମାଜବାଦୀ ସାହିତ୍ୟିକ ସୋମନାଥ ନାୟକ , ଡ଼ଃ ଗାୟତ୍ରୀ ସାହୁ , ଡ଼ଃ ପ୍ରକାଶଚନ୍ଦ୍ର ପାଣିଗ୍ରାହୀ , ପ୍ରଭାତ ଆଚାର୍ଯ୍ୟ , ସୁଜାତା ସିଂ , ସରୋଜିନୀ ସାହୁ , ନଳିନୀପ୍ରଭା ଦାଶ , ଶରତ ଚନ୍ଦ୍ର ପଣ୍ଡା , ପ୍ରସନ୍ନ କୁମାର ସାହୁ , ଶିବରାମ ସାବତ ରୋହିତ ଜେନା , ଘନଶ୍ୟାମ ସାହୁ , ବେଣୁଧର ତ୍ରିପାଠୀ , ଲକ୍ଷ୍ମୀନାରାୟଣ ପଟନାୟକ , ପ୍ରଶାନ୍ତ କୁମାର ସାହୁ , ବିନାୟକ ଦାଶ , ସୌଦାମିନୀ ମିଶ୍ର , ପୀତବାସ ତ୍ରିପାଠୀ , ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here