ସାନଖେମୁଣ୍ଡି ବିଧାୟକଙ୍କ କଙ୍କୋରଡ଼ା , କଉଡିଆ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ ।

0
146

ବ୍ରହ୍ମପୁର ,୦୭/୦୬/୨୦୨୧: କରୋନା ସଂକ୍ରମଣ ଜନିତ ଦ୍ଵିତୀୟ ଲହରର ଭୟାବହତାର ଅବ୍ୟବହିତରେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି । ଆଜି ସାନଖେମୁଣ୍ଡି ବ୍ଲକର କଙ୍କୋରଡ଼ା ଓ କୌଡିଆ ପଚୟତରେ ନିଜ ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଧାୟକ ମହୋଦୟ ଉଭୟ ପଞ୍ଚାୟତରେ ଚାଲିଥିବା ସରକାରୀ ଜନ ମଙ୍ଗଳ ଯୋଜନାର ରୂପରେଖ ଓ ଅଗ୍ରଗତି ସମନ୍ଧରେ ଅନୁଧ୍ୟାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଙ୍କୋରଡ଼ା ଅଧିଷ୍ଠିତା ମା ନାରାୟଣୀ ମନ୍ଦିର ପୁଷ୍କରିଣୀ ପୁନରୁଦ୍ଧାର ଓ ସୌନ୍ଧର୍ଯ୍ୟକରଣ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହିତ ବ୍ୟୟ ଅଟକଳକୁ ନେଇ ସମୀକ୍ଷା କରିଛନ୍ତି । କଙ୍କୋରଡ଼ା ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଭିତ୍ତିଭୂମୀ ବିକାଶକୁ ନେଇ ଅଞ୍ଚଳ ବୁଦ୍ଧିଜୀବି ଓ କଲେଜ୍ କର୍ତ୍ତୁପକ୍ଷଙ୍କ ସହ ମିଳିତ ଆଲୋଚନା କରି ଆବଶ୍ୟକୀୟ ପାଣ୍ଠି ନିୟୋଜନ ପାଇଁ ସ୍ଵୀକୃତି ପ୍ରଦାନ କରିଛନ୍ତି । କରାଖଣ୍ଡି ଗ୍ରାମରେ ପହଞ୍ଚି ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଆବଶ୍ୟକ ଉପାଦାନକୁ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।
କୌଡ଼ିଆ ପଞ୍ଚାୟତ ଗସ୍ତ ସମୟରେ ବିବାଦୀୟ ସ୍ଥିତିରେ ଥିବା ଦଣ୍ଡବନ୍ଧ ନିର୍ମାଣ ଜନିତ ଚଞ୍ଚକତାକୁ ନେଇ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଶେଷରେ ଆର୍ଥିକ ତୋଷରପାତ ହୋଇଥିବା ଅଭିଯୋଗ ଭିତ୍ତିରେ ପ୍ରଶାସନିକ ମନମୁଖୀ କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ପଞ୍ଚାୟତର ମୌଳିକ ସମସ୍ୟା ସମନ୍ଧରେ ସରପଞ୍ଚ ପ୍ରତିନିଧି ରୋହିତ ଖୁଣ୍ଟିଆ , ଯୁବନେତା ଅଜୟ ଦଳାଇ , ସଂଗଠକ ମିତ୍ରଭାନୁ ଦଳେଇ ପ୍ରମୁଖଙ୍କ ସହିତ ଗ୍ରାମବାସୀଙ୍କୁ ପକ୍ଷଭୁକ୍ତ କରାଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି କାର୍ଯ୍ୟକୁ ତ୍ବରାନ୍ବିତ କରିବା ନେଇ ଆଲୋଚନା କରିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here