ବୁଗୁଡା ବ୍ଲକରେ ଲେଭେଲ ୫ମ(ଏ)କୁ ପଦୋନ୍ନତି ହେଲେ ୧୫ ଜଣ

0
130

ବୁଗୁଡା, ୦୮/୦୬/୨୦୨୧: ବୁଗୁଡା ବ୍ଲକରେ ୧୫ ଜଣ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜୁନିଅର ଟିଚେର ପଦବୀରୁ ଲେଭେଲ ୫ମ(ଏ) ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀକୁ ପଦୋନ୍ନତି ପାଇଥିବା ଜଣାପଡିଛି। ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଫିସ ଅର୍ଡର ନଂ ୭୯୫ ତାରିଖ ୭/୦୬/୨୧ ପ୍ରକାରେ ଛଅ ବର୍ଷ ଜୁନିଅର ଶିକ୍ଷକ ଶିକ୍ଷୟିତ୍ରୀ ଭାବେ ଉତ୍ତମ ଭାବେ କାର୍ଯ୍ୟ ସମ୍ପାଦନ କଲାପରେ ଲେଭଲ ୫ମ (ଏ) ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ନିଯୁକ୍ତି ଦିଆଯାଇଥିବା ବେଳେ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ ସମସ୍ତ ସରକାରୀ ସୁବିଧା ପାଇପାରିବେ ବୋଲି ବିଇଓ ପ୍ରଶନ କୁମାର ବେହେରା ପ୍ରକାଶ କରିଛନ୍ତି। ପଦୋନ୍ନତି ପାଇଥିବା ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ହେଲେ ୧. ବିଭୁ ସୁନ୍ଦର ସାହୁ, ୨. ବ୍ରହ୍ମାନନ୍ଦ ନାୟକ, ୩. ଦେବଦତ୍ତ ନାୟକ, ୪. କ୍ରିଷ୍ଣା କୁମାରୀ ପ୍ରଧାନ, ୫. କୃଷ୍ଣ ଚନ୍ଦ୍ର ସେଠୀ, ୬. ରିଙ୍କିନା ନିଶାଙ୍କ, ୭. ରୁନୀ ସାହୁ, ୮. ସନ୍ତୋଷିନି ନାୟକ, ୯. ଶତିଶ କୁମାର ନାୟକ, ୧୦. ସୁମନ ଅପ୍ରିତା ରଥ, ୧୧. ଶୁଭସ୍ମିତା ନାୟକ, ୧୨. ମିତାରାଣୀ ସ୍ୱାଇଁ, ୧୩. ଗଣେଶ ବେହେରା, ୧୪. ସୁଚିତ୍ରା ପ୍ରଧାନ, ଓ ୧୫. ଦୀପ୍ତିମୟୀ ଶତପଥୀ ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here