ପୋଡାମାରିର ସାମଗ୍ରିକ ବିକାଶରେ ଅସହିଷ୍ଟୁନ୍ତା , ନିର୍ଦ୍ଧିଷ୍ଟ ଖବର କାଗଜରେ ଉଦ୍ଦେଶ୍ୟମୂଳକ ଖବର ପ୍ରକାଶ ପରେ ଚୈତନ୍ୟ ମଠ ମହନ୍ତ ଗଣିବାବାଙ୍କୁ ଖେଦିଲେ ଉତ୍ତ୍ୟକ୍ତ ଶ୍ରମିକ ମହିଳା ।

0
154

ବ୍ରହ୍ମପୁର, ୧୩/୦୬/୨୦୨୧: ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ ଯୋଜନାକୁ ପଞ୍ଚାୟତ ସ୍ତରରେ ସୁବିନିଯୋଗ କରି ସାଧାରଣରେ ଶିକ୍ଷା , ସ୍ୱାସ୍ଥ୍ୟ , ଗମନାଗମନ , ପରିମଳ , ପାନୀୟ ଜଳ ଯୋଗାଣ , ନିୟମିତ ବୈଠକ ପରିଚାଳନା ସହିତ ମହିଳା ସଶକ୍ତିକରଣ ଦିଗରେ ନିଜର ପାରିଦର୍ଷୀତା ପାଇଁ ଜିଲା ଓ ରାଜ୍ୟ ସ୍ତରରେ ବହୁବାର ପୁରସ୍କୃତ ହୋଇଥିବା ପୋଡ଼ାମାରୀ ପଞ୍ଚାୟତରେ ସମ୍ପ୍ରତି ଅସହିଷ୍ଟୁଁତା ଦେଖାଯାଇଛି । ଗତ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇ କାର୍ଯ୍ୟଭାର ଗ୍ରହଣ କରିଥିବା ମହିଳା ସରପଞ୍ଚ ଭାଗ୍ୟଶ୍ରୀ ବିଷୋୟୀ ତଥା ସରପଞ୍ଚ ପ୍ରତିନିଧି ସନ୍ତୋଷ ବିଷୋୟୀଙ୍କ ସହ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସମନ୍ଵୟତା ଆଧାରରେ ହୋଇଥିବା ପ୍ରଗତିର ଭାଗିଦାରୀକୁ ନେଇ ବିପକ୍ଷ ଗୋଷ୍ଠୀଙ୍କ ବିକାଶ ବନାମ ବିରୋଧ ନାରା ପଞ୍ଚାୟତକୁ ବଦନାମ କରୁଥିବା ନେଇ ମତ ପ୍ରକାଶ ପାଇଛି । ଏଥିନେଇ ପୋଡାମାରିର ଜନୈକ ଖଲି ଚୌଧୁରୀ ନାମକ ପୂର୍ବତନ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଦାୟୀ କରିଛନ୍ତି । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଭୟରେ ଚାକିରିରୁ ସ୍ବେଛାକୃତ ଅବସର ପରେ ନିଜ ସ୍ତ୍ରୀଙ୍କ ନାମରେ ଠିକାଦାର କାମ କରୁଥିବା କରୁଥିବା ଅଞ୍ଚଳର ଜଣେ ପ୍ରଚଣ୍ଡ ସୁବିଧାବାଦୀ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ପଞ୍ଚାୟତର ବିକାଶକୁ ବିରୋଧାଭାସ କରାଯାଉଥିବା ନେଇ ସାଧାରଣରେ ଆଲୋଚନା ହେଉଅଛି ।

ଏହି ଧାରାକୁ ବଜାୟ ରଖିବା ନେଇ ସଂପୃକ୍ତ ବ୍ୟକ୍ତି ପୋଡ଼ାମାରିରେ ମଙ୍ଗଳ ସମିତି , ସ୍ୱାଧିକାର ମଞ୍ଚ ନାଁ ‘ ରେ ନିଜର ମିଛ ଆଧିପତ୍ୟ ଜାହିର କରୁଥିବା ନେଇ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଅପନିନ୍ଦିତ ହେଉଥିବା ଲକ୍ଷ୍ୟ କରାଯାଇଅଛି । ପରନ୍ତୁ ଭୁବନେଶ୍ୱରରୁ ପ୍ରକାଶ ପାଉଥିବା ଏକ ଦୈନିକ ଖବର କାଗଜର ଦକ୍ଷିଣାଞ୍ଚଳ ପରିଚାଳକ ଭାବେ ପ୍ରତିପାଦିତ କରି ନିଜର ଅସାଧୁ ପତିଆରାକୁ ଖବର କାଗଜ ମାଧ୍ୟମରେ ପ୍ରକାଶ କରାଇ ବ୍ୟକ୍ତିଗତ ଫାଇଦା ମାରୁଥିବା ନେଇ ପୋଡାମାରିରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତକାଲିର ଏକ ଘଟଣାକ୍ରମରେ ପୋଡାମାରୀର ବିଶିଷ୍ଟ ଓକିଲ ଚନ୍ଦ୍ରଧ୍ୱାଜ ସିଂ , ନୃସିଂହ ଚରଣ ପାଢ଼ୀ , ସମିର୍ ଦାଶ , ଇନ୍ଦ୍ର ପ୍ରଧାନ , ବାବୁଲା ଦାଶ ପ୍ରମୁଖଙ୍କ ସହ ମହିଳା ଶ୍ରମିକ ବବିତା ଦାସ , ସଂଗୀତା ଦାସ , ଝୁନୁ ଦାସ୍ , ଉର୍ମିଳା ଦାସ ପ୍ରମୁଖ ବିଭିନ୍ନ ସମୟରେ ପୋଡ଼ାମାରୀ ପଞ୍ଚାୟତ ଜନିତ କପୋଳକଳ୍ପିତ , ମନଗଢ଼ା ଓ ମିଛ ଖବର ପ୍ରସାରଣକୁ ନେଇ ଦୁଃଖ ପ୍ରକାଶ କରିଚନ୍ତି । ପଞ୍ଚାୟତକୁ ଅପନିନ୍ଦିତ କରୁଥିବା ନେଇ ପଞ୍ଚାୟତବାସୀ ବିବ୍ରତ ହେବା ସହିତ ଗତକାଲି ପ୍ରକାଶିତ ଏକ ଖବରକୁ ନେଇ ତଥ୍ୟ ଓ ପ୍ରତିକ୍ରିୟା ଦେଇଥିବା ମହନ୍ତଙ୍କ ମଠରେ ତୁମ୍ବି ତୋଫାନ କରିଛନ୍ତି ।

ଗତ ଦିନରେ ଗ୍ରାମରେ ଥିବା ରାମଲିଙ୍ଗ ବନ୍ଧରେ ହୋଇଥିବା ପୁନଃନିର୍ମାଣ କାର୍ଯ୍ୟରେ କୌଣସି ଅନିୟମିତତା ହୋଇନଥିବା ବେଳେ ଏଥି ସମନ୍ଧିତ ଏକ ତଥ୍ୟ ବିହୀନ ମିଛ ଖବର ନିର୍ଦ୍ଧିଷ୍ଟ ଖବର କାଗଜରେ ପ୍ରସାରଣ ପରେ ଗ୍ରାମ ବୁଦ୍ଧିଜୀବି ଓ ଶ୍ରମିକ ମହିଳା ଉଦବେଗ ପ୍ରକାଶ କରିଛନ୍ତି । ଖବର ସଂଗ୍ରହକାରୀଙ୍କୁ ମିଛ ସୂଚନା ପ୍ରଦାନ କରିଥିବା ସ୍ଥାନୀୟ ଚୈତନ୍ୟ ମଠ ମହନ୍ତ ଶ୍ରୀ ଗୋପାଳକୃଷ୍ଣ ଦାଶ ବାବା ଓରଫ ଗଣେଶ ପଣ୍ଡା ଓରଫ୍ ଗଣି ବାବାଙ୍କୁ ଅସନ୍ତୁଷ୍ଟ ପଚାଶରୁ ଉର୍ଦ୍ଧ୍ବ ମହିଳା ଶ୍ରମିକ ଏବଂ ଗ୍ରାମ ବୁଦ୍ଧିଜୀବି ଘେରିବା ସହିତ ଖବର ପ୍ରଦାନ ସମନ୍ଧିୟ ସତ୍ୟତା ସହିତ କୈଫିୟତ ମାଗିଛନ୍ତି । ଚଳିତ ସମୟରେ ସାମଗ୍ରିକ ଭାବରେ ପଞ୍ଚାୟତର ଆଶାତୀତ ଉନ୍ନତି ହୋଇଥିବା ବେଳେ ମିଛ ତଥ୍ୟ ପ୍ରଦାନ କରି ମିଛ ଖବର ପ୍ରସାରଣ କରାଇବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।
ଗତକାଲି ସନ୍ଧ୍ୟାରେ ପୋଡାମାରି ଚୈତନ୍ୟ ମଠରେ ଏତେ ସଂଖ୍ୟକ ଜନ ସମାଗମ ସହ ସାଧାରଣ ମହିଳା ଶ୍ରମିକ ଓ ବୁଦ୍ଧିଜୀବିଙ୍କ ପ୍ରଶ୍ନବାଣରେ ମହନ୍ତ ମହାରାଜ ବିବ୍ରତ ହୋଇପଡ଼ିଥିବା ବେଳେ ତାଙ୍କ ତରଫରୁ କୌଣସି ତଥ୍ୟ ସଂପୃକ୍ତ ଖବର କାଗଜକୁ ଦିଆଯାଇନଥିବା ପ୍ରକାଶ କରିଛନ୍ତି । କୌଣସି ସମୟରେ ସେ ଉକ୍ତ ଖବର ପ୍ରସାରଣ ସଂସ୍ଥା ସହ ଯୋଗସୂତ୍ରରେ ନଥିଲା ବେଳେ ତାଙ୍କ ନାମକୁ ନେଇ ଖବର କରାଯାଇଥିବାରୁ ସେ ମର୍ମାହତ ସହ ଖବରଦାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମତ ପ୍ରକାଶ କରିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here