ଅଧ୍ୟାପକ ଡ଼ , ନିଶାକର ପାଢୀଙ୍କ ବିୟୋଗରେ ତ୍ରିଧାରା ସାହିତ୍ୟ ସଂସଦର ଅଭାଷୀ ସ୍ମୃତିସଭା ।

0
270

ବ୍ରହ୍ମପୁର,୧୫/୦୬/୨୦୨୧: ଗଞ୍ଜାମ ବ୍ରହ୍ମପୁର ତ୍ରିଧାରା ସାହିତ୍ୟ ସଂସଦ ପକ୍ଷରୁ ଅଧ୍ୟାପକ ଡକ୍ଟର ନିଶାକର ପାଢୀଙ୍କ ଵିୟୋଗରେ ଏକ ସୃତିସଭା ଆୟୋଜନ ହୋଇଯାଇଅଛି । ବରିଷ୍ଠ ସାମ୍ବାଦିକ ଵିଘ୍ନେଶ୍ଵର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ, ସଂସଦ ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ସଭାପରିଚାଳନା କରିଥିଲେ। ସ୍ବର୍ଗତ ପାଢୀଙ୍କ ଅମର ଆତ୍ମାର ସତଗତି ପ୍ରାପ୍ତି ନିମନ୍ତେ ଦୁଇ ମିନିଟର ସାମୁହିକ ନିରଵ ପ୍ରାର୍ଥନା କରାଯାଇଥିଲା। ସୌଦାମିନୀ ମିଶ୍ରଙ୍କ ପ୍ରାରମ୍ଭିକ ସଙ୍ଗୀତ ଗାନପରେ ସ୍ବର୍ଗତ ପାଢୀ ସାରଙ୍କ ମାନସ ସନ୍ତାନ ଵହିତ୍ର ପତ୍ରିକା ଉପେନ୍ଦ୍ର ଭଞ୍ଜ ସାହିତ୍ୟରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଉପସ୍ଥିତ ଥିବା ସମସ୍ତ ସାହିତ୍ୟିକ ପାଢୀସାରଙ୍କ ସମ୍ପର୍କରେ ଆଲୋଚନାକରିଥିଲେ । ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ସହ ଓଡ଼ିଆ ସାହିତ୍ୟର ଵିକାଶ ନେଇ ତାଙ୍କ ଅନୁରକ୍ତିକୁ ନେଇ ସ୍ମୃତି ଚାରଣ କରାଯାଇଥିଲା । ସ୍ବର୍ଗତ ପାଢ଼ୀ ସାରଙ୍କ ଥିବା ସାହିତ୍ୟ ପ୍ରତି ଅନୁରାଗ ସହିତ ସମ୍ପର୍କରେ ଥିବା ଵହୁ ଅନୁଷ୍ଠାନ ଓ ପତ୍ରିକାର ପ୍ରଚାର ଓ ପ୍ରସାର ନେଇ ଆଲୋଚନା କରିଥିଲେ। ସ୍ମୃତି ଚରଣରେ ସୋରଡ଼ା ଋଷିକୁଲ୍ୟା ମହାବିଦ୍ୟାଳୟ ପ୍ରାକ୍ତନ ଅଧକ୍ଷ ଡକ୍ଟର କମ୍ବୁପାଣି ସାମନ୍ତ , ନଗର ମହାବିଦ୍ୟାଳୟ ବ୍ରହ୍ମପୁରର ପ୍ରାକ୍ତନ ଅଧକ୍ଷ ଡକ୍ଟର ଲମ୍ବୋଦର ପାଣିଗ୍ରାହୀ , ମୋହନା ହିଲଟପ ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ଡକ୍ଟର ପ୍ରଣବାନନ୍ଦ ପାଟଯୋଶୀ , ଓଡିଆ ଅଧ୍ୟାପକ ଲୋକନାଥ ମହାନ୍ତି , ଜଗନ୍ନାଥ ପ୍ରସାଦ, ଆଇନଜୀବୀ ଜ୍ୟୋତିରାଜ ପତି ,ଭଞନଗର , ଓଡିଆ ଅଧ୍ୟାପିକା ପ୍ରଭାତି ପାତ୍ର , କନ୍ଧମାଳ କବି ଅନୁପ ମିଶ୍ର , ଵ୍ରହ୍ମପୁର ନିଜ ନିଜର ବକ୍ତବ୍ୟ ରଖିଥିଲେ। ସଚିଦାନଦ୍ଦ ଦାଶ , ଭଞନଗର ଲୋକନାଥ ନାୟକ , ପ୍ରଭାତ ଆଚାର୍ଯ୍ୟ , ବିନୋଦିନୀ ଦେଇ
ଵୌଦ , ଡଃ ମଞୁପ୍ରଭା ଦାଶ
ଆଦି ଉପସ୍ଥିତ। ରହି ସ୍ବର୍ଗତ ପାଢୀଙ୍କ ସ୍ମୃତିଚାରଣ କରିବା ସହିତ ଅମାରାତ୍ମାର ସଦଗତି କାମନା କରିଥିଲେ । ପରିଶେଷରେ ବନ୍ଦନା ପଣ୍ଡା ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here