କନିଆରୀବାଡ଼ି ଠାରେ ମା ପାଦୁକେଇ ଗ୍ରାମ୍ୟ ଉନ୍ନୟନ କମିଟି ଗଠିତ

0
133

ବ୍ରହ୍ମପୁର,୧୫/୦୬/୨୦୨୧ (ଟୁକୁନା ପ୍ରଧାନ)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବୁରୁଝୁରୀ ପଂଚାୟତ ର କନିଆରୀବାଡ଼ି ଗ୍ରାମରେ ମା ପାଦୁକେଇ ଗ୍ରାମ୍ୟ ଉନ୍ନୟନ କମିଟି ଗଠିତ ହୋଇଛି । ଗ୍ରାମରେ ଯୁବକମାନଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଗ୍ରାମକୁ ମଦ ଆଉ ଜୁଆ ମୁକ୍ତ କରିବା ପାଇଁ ଏହି କମିଟି ମାଧ୍ୟମରେ ଅଣ୍ଟା ଭିଡ଼ିଲେ ଯୁବ ଗୋଷ୍ଠୀ । କମିଟି ଗଠନ ପରେ ମଦ ଆଉ ଜୁଆ ମୁକ୍ତ ସହ କରୋନା ମହାମାରୀକୁ ନେଇ ଗ୍ରାମରେ ସଚେତନତା କରାଯାଇଥିଲା । ଏହି କମିଟିରେ ସଭାପତି ଭାବେ ନାରାୟଣ ସାହୁ, ଉପସଭାପତି ସୁରେନ୍ଦ୍ର ମହାନ୍ତି, ସମ୍ପାଦକ ପ୍ରିୟବ୍ରତ ମହାନ୍ତି, ସହସମ୍ପାଦକ ରୂପେଶ ସାହୁ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ମହାନ୍ତି , ସଂଯୋଜକ ମୁନା ଡାକୁଆ ଥିବା ବେଳେ ଉପଦେଷ୍ଟା ଅର୍ଜୁନ ସାହୁ, ରତ୍ନାକର ଖୁଣ୍ଟିଆ ଓ କୁନା ସାହୁଙ୍କୁ ମନୋନୀତ କରାଯାଇଛି । ଆଗକୁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କମିଟି ର ସଦସ୍ୟମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here