ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣରେ ଜୟନ୍ତୀପୁର ପଞ୍ଚାୟତର ୧୭୦ ସାମିଲ ।

0
181

ପାତ୍ରପୁର,୧୫/୦୬/୨୦୨୧: ରାଜ୍ୟସ୍ତରରେ କୋଭିଡ଼ ଟୀକାକରଣ ନେଇ ପ୍ରଶାସନିକ ସ୍ତରରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକ୍ରମ ଚାଲିଥିବା ଅବସରରେ ବ୍ଳକ ଅନ୍ତର୍ଗତ ଜୟନ୍ତୀପୁର ଗ୍ରାମ ପଞ୍ଚାୟତରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଅଛି ।ସ୍ଥିରୀକୃତ କାର୍ଯ୍ୟକ୍ରମ ପ୍ରକାରେ ପଞ୍ଚୟତବାସୀ ଗତ ସୋମବାର ଦିନ ଧାର୍ଯ୍ୟ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟିକାକରଣରେ ଭାଗ ନେଇଥିବା ଜଣାପଡିଛି। ଜୟନ୍ତୀପୁର ଗ୍ରାମର ବୟସ୍କା ବୃଦ୍ଧା ସାଧବାଣୀ ପାଢ଼ୀ (୮୫) ଙ୍କ ଠାରୁ ଶୁଭାରମ୍ଭ ହୋଇଥିବା ଏହି ଟୀକାକରଣ କାର୍ଯ୍ୟକ୍ରମ ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ପାତ୍ରପୁର ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡି. ଇ .ଓ ବ୍ରହ୍ମାନନ୍ଦ ବେହେରା ଓ ଭେକ୍ସିନେଟର ସନ୍ତୋଷିନୀ ସେଠୀଙ୍କ ଦ୍ଵାରା ପ୍ରାୟ ୧୭୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଜୟନ୍ତୀପୁର ଗ୍ରାମ ପଞ୍ଚାୟତ ପକ୍ଷରୁ ସରପଞ୍ଚ ଭଗବାନ ସେଠୀ, ସମିତି ସଭ୍ୟ ଆଇ.କମଳା ରେଡ୍ଡୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାସ ସାହୁ , ନାଏବ ସରପଞ୍ଚ ପି. କମଳା, ମହିଳା ସ୍ବାସ୍ଥ୍ୟକର୍ମୀ ସନ୍ତୋଷିନୀ ପାତ୍ର , ବହୁମୁଖି ପୁରୁଷ ସ୍ବାସ୍ଥ୍ୟ ପରିଦର୍ଶକ ଖଗେଶ୍ବର ବେହେରା , ଅଙ୍ଗନବାଡ଼ି କର୍ମୀ ସଞ୍ଜୁକ୍ତା ପାଢ଼ୀ, ସ୍ମିତାରାଣୀ ସାହୁ, କୁମାରି ଭବାନୀ, ସଙ୍ଗିତା ପାଢ଼ୀ , ନାଲ୍ଲା ଜ୍ୟୋତି ଦେବୀ , ରେଣୁବାଲା ପାଢ଼ୀ , ଗାୟତ୍ରୀ ଆଶା କର୍ମୀ , ବି.ଜ୍ୟୋତି ,ତାରା ସେଠୀ, ସମାଜସେବୀ ଜେ.ଧାର୍ମା ରେଡ୍ଡୀ , ଆଇ.ଶ୍ରୀନୁ , ପାପେୟା ଓ ପ୍ରଧାନ ଶିକ୍ଷକ ପ୍ରମୁଖ ଟିକାଦାନ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ସହଯୋଗ କରିଥିଲେ ।


ରିପୋର୍ଟ:ଏ. ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here