ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ମନୋନୀତ ।

0
148

ବୁଗୁଡା,୧୫/୦୬/୨୦୨୧: ବୁଗୁଡା ବ୍ଳକ କଂଗ୍ରେସ ପାର୍ଟିର ସଭାପତି ଭାବେ ଶଙ୍କର୍ଷଣ ବେହେରା ଓ ବୁଗୁଡା ନଗର କଂଗ୍ରେସ ସଭାପତି ଭାବେ ଦୁର୍ଗା ମାଧବ ପଣ୍ଡା ପ୍ରଦେଶ କଂଗ୍ରେସ କମିଟି ଦ୍ୱରା ମନୋନୀତ ହୋଇଥିବା ଜଣାପଡ଼ିଛି। ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପତ୍ର ସଂଖ୍ୟା ୧୬୩/୦୫/୨୧ ତାରିଖ ୧୫/୦୬/୨୧ ପ୍ରକାରେ ଗଞ୍ଜାମ ଜିଲ୍ଲାର କିଛି ବ୍ଳକ ଓ ସହର ପାଇଁ ସଭାପତି ମନୋନୀତ କରି ଜିଲ୍ଲା ସଭାପତିଙ୍କ ନିକଟକୁ ଓଡିଶା ପିସିସି କାର୍ଯ୍ୟାଳୟ ସମ୍ପାଦକ ତାଲିକା ପ୍ରେରଣ କରିଛନ୍ତି। ସେହି ତାଲିକାରେ ବୁଗୁଡା ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ଶଙ୍କର୍ଷଣ ବେହେରା ଓ ବୁଗୁଡା ନଗର କମିଟି ସଭାପତି ଭାବେ ଦୁର୍ଗା ମାଧବ ପଣ୍ଡାଙ୍କ ନାମ ସ୍ଥାନ ପାଇଛି। ଶ୍ରୀ ବେହେରା ଓ ଶ୍ରୀ ପଣ୍ଡା ବ୍ଲକ ଓ ନଗର ସଭାପତି ମନୋନୀତ ହୋଇଥିବାରୁ ପୂର୍ବତନ ବ୍ଲକ ସଭାପତି ହରି ଚରଣ ସ୍ବାଇଁ, ଜାନକୀ ବଲ୍ଲଭ ରାଉତ, ଶଙ୍କର ସେଠୀ ପ୍ରମୁଖ କଂଗ୍ରେସ ନେତା ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here