ବିଶିଷ୍ଟ ସାହିତ୍ୟିକ ଡ଼.ରବିନାରାୟଣ ମିଶ୍ରଙ୍କ ଦେହାନ୍ତ ରେ ଫଲଗୁ ସାହିତ୍ୟ ସଂସଦ ତରଫରୁ ଶୋକସଭା।

0
154

ବ୍ରହ୍ମପୁର, ୨୪/୦୬/୨୦୨୧: ଅନ୍ୟତମ ପୁରାତନ ସାହିତ୍ୟ ସଂସଦ ଫଲଗୁ ସାହିତ୍ୟ ସଂସଦ ପରିବାର ଇତି ମଧ୍ୟରେ ସୁନାମଧନ୍ୟ ସାହିତ୍ୟିକ ତଥା କର୍ମକର୍ତ୍ତାଙ୍କୁ ହରାଇ ମ୍ରିୟମାଣ ହୋଇପଡ଼ିଛି।ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ବିଶିଷ୍ଟ ସାହିତ୍ୟିକ ଡ଼ ରବିନାରାୟଣ ମିଶ୍ର ଙ୍କ ଦେହାନ୍ତ ରେ ଏକ ଶୋକ ସଭା ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି।ସଂସଦର ସଭାପତି ପ୍ରଫେସର ଡକ୍ଟର ନିଖିଳାନନ୍ଦ ପାଣିଗ୍ରାହୀ ସଭାପତିତ୍ବ କରି ଡ଼ ମିଶ୍ରଙ୍କ ଦେହାନ୍ତ ରେ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ଅବସରରେ ତାଙ୍କ ଆତ୍ମା ର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ଡ଼ ମିଶ୍ର ଜଣେ ସଂସ୍କୃତି ସମ୍ପର୍ଣ୍ଣ ସୁସାହିତ୍ୟିକ ଥିଲେ ଦୀର୍ଘ ବର୍ଷ ଧରି ସଂସଦ ସହିତ ଜଡିତ ସଂସଦ ତଥା ସାହିତ୍ୟ ସେବା କରିଆସୁଥିଲେ। ବର୍ତ୍ତମାନ ଡ଼ ମିଶ୍ରଙ୍କ ଦେହାନ୍ତ ରେ ଏବଂ ଗତ ଏକ ବର୍ଷ ମଧ୍ୟରେ ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା, ପ୍ରଖ୍ୟାତ ସାହିତ୍ୟିକ ପ୍ରଫେସର ଡକ୍ଟର ହରିହର ଦାସ ଏବଂ ଅଭିରାମ ପଣ୍ଡା, ଡାକ୍ତର ଚନ୍ଦ୍ରମଣି ସ୍ବାଇଁ, ତାଙ୍କ ସହଧର୍ମିଣୀ କବୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସ୍ବାଇଁ, ଏବଂ ସ୍ବର୍ଗତ ଡାକ୍ତର ସଚଳା ଅଧିକାରୀ ପ୍ରମୁଖଙ୍କ ବିୟୋଗରେ ଅନୁଷ୍ଠାନ ର ବହୁ କ୍ଷତି ଘଟିଲା ‌‌ବୋଲି ସଭାରେ ମତବ୍ୟକ୍ତ କରାଯାଇ ଥିଲା।ଏହି ଶ୍ରଦ୍ଧାଞ୍ଜଳି ସଭା ରେ ସାଧାରଣ ସମ୍ପାଦକ ପ୍ରଫେସର ଡକ୍ଟର ବ୍ରଜମୋହନ ଶାସମଲ, ସୁଖେନ୍ଦୁ ଦାସ, ଡାକ୍ତର ସାଗର ରଂଜନ ତ୍ରିପାଠୀ, ଚିତ୍ତରଞ୍ଜନ ତ୍ରିପାଠୀ, ଦୀନବନ୍ଧୁ ଶ୍ରୀପଲ୍ଲବ ସ୍ବର୍ଣ୍ଣପ୍ରଭା ପାଢ଼ୀ,ସ୍ବର୍ଣମୟୀ ପାଢ଼ୀ, ମୋହନ ପଟ୍ଟନାୟକ, ହାଡିବନ୍ଧୁ ମାଳି, ଡ଼ ସନ୍ତୋଷ କୁମାର ଦାସ,ଅମିତା ମିଶ୍ର, ପ୍ରମୁଖ ଅଂଶଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here