ଆସିକା ପାନାସୋନିକ କ୍ରିକେଟ କ୍ଲବ ଦ୍ୱାରା ୨୫ ତମ ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ

0
299

ବ୍ରହ୍ମପୁର,୨୨/୦୭/୨୦୨୧ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଜଣାଶୁଣା ପାନାସୋନିକ କ୍ରିକେଟ କ୍ଳବ ତାର ୨୫ ତମ ରୌପ୍ଯ ଜୟନ୍ତୀ ଉତ୍ସବ ଗୁରବାର ଦିନ ଖମ୍ବେଶ୍ବରୀ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି l ଏହି ଅବସରରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କ୍ଳବ ର ସଭାପତି ଅନିଲ କୁମାର ନାୟକ,ଯୁବ ନେତା ନଚିକେତା ସ୍ୱାଇଁ, ସତ୍ୟନାରାୟଣ ସ୍ୱାଇଁ,ଏସ୍ ରାଜେଶ ବାବୁ ଆଚାରି, ପୂର୍ବତନ ରଣଜୀ ଖେଳାଳି ସନ୍ତୋଷ ବିଷୋୟୀ ପ୍ରମୁଖ ସମେତ ଅନ୍ୟମାନେ ଉପସ୍ଥିତ ରହି କ୍ରୀଡା କ୍ଷେତ୍ରରେ ଜିଲ୍ଲା ଓ ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରି ନିଜ ଅଞ୍ଚଳ ର ନାମକୁ ଗୌରବାନ୍ବିତ କରିଥିବା ଖେଳାଳି ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ l ପାନାସୋନିକ କ୍ରିକେଟ କ୍ଲବ ର ପୂର୍ବତନ ଖେଳାଳି ପ୍ରଶାନ୍ତ କୁମାର ମୁନି ଓ ଖେଳାଳି ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here